ପୁରୁଷ ହକି ବିଶ୍ବକପ୍‌ ପାଇଁ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ: ହକି କିମ୍ବଦନ୍ତୀ ଦିଲୀପଙ୍କ ଗାଁ ସଉନାମୁରା ଉତ୍ସବ ମୁଖର

Advertisment
ପୁରୁଷ ହକି ବିଶ୍ବକପ୍‌ ପାଇଁ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ: ହକି କିମ୍ବଦନ୍ତୀ ଦିଲୀପଙ୍କ ଗାଁ ସଉନାମୁରା ଉତ୍ସବ ମୁଖର

ସୁନ୍ଦରଗଡ଼, : ୨୦୨୩ ଜାନୁଆରି ୧୩ରୁ ୨୯ ରାଉରକେଲା ଓ ଭୁବନେଶ୍ବରଠାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ୍‌। ଏଥିପାଇଁ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ଗାଁ ଠାରୁ ସହର ଯାଏ ଲାଗି ରହିଛି ଉତ୍କଣ୍ଠା। ହକି ବିଶ୍ବକପକୁ ଅଧିକ ସ୍ମରଣୀୟ ଓ ଉତ୍ସବ ମୁଖର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତର‌ରେ ଆୟୋଜିତ ହେଉଛି କ୍ରୀଡ଼ା ଉତ୍ସବ। ଏହି ପରିପ୍ରେକ୍ଷୀରେ ୬ ତାରିଖ ପୂର୍ବାହ୍ନ ୧୦ଟାରେ ହକିର ଜୀବନ୍ତ କିମ୍ବଦନ୍ତୀ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଜନ୍ମମାଟି ସଉନାମୁରାରେ ଜିଲ୍ଲାସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ଉତ୍ସବର ଶୁଭାରମ୍ଭ ହୋଇଛି। ହକି ଗୌରବ ପଦ୍ମଶ୍ରୀ ଦିଲୀପ ତିର୍କୀ, ଭାରତୀୟ ମହିଳା ହକି ପୂର୍ବତନ ଅଧିନାୟକ ସୁଭଦ୍ରା ପ୍ରଧାନ, ସାଂସଦ ଜୁଏଲ ଓରାମ ଉଦଘାଟନ କରିଥିଲେ। ଏହି ଅବସରେ ଡ. ତିର୍କୀ ନିଜ ଜନ୍ମମାଟିରେ ବିତାଇଥିବା ପିଲାଦିନ ଓ ଗାଁ ପଡ଼ିଆର ହକି ଖେଳର ସ୍ମୃତିଚାରଣ କରିଥିଲେ।

publive-image

ଅତିଥି ଭାବେ ସାଂସଦ ଶ୍ରୀ ଓରାମ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷ ବିନୟ ଟପ୍ପୋ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀଶଙ୍କର ଭୋଇ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ଯକ୍ଷା ସୁଶୀଳା ଟପ୍ନୋ, ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ଉପସଭାପତି କମଳ ଲାକ୍ରା, ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ଯକ୍ଷା କୁଞ୍ଜଲତା ଭିତିରିଆ, ଜିଲ୍ଲା ପରିଷଦସଭ୍ଯା ଜୟନ୍ତୀ ଏକ୍କା, ଜିଲ୍ଲାପରିଷଦ ସଭ୍ଯ ବିନୋଦ କୁଜୁର, ସଉନାମୁରା ସମିତିସଭ୍ଯା ବେଲମତି ଧରୁଆ ଓ ସରପଞ୍ଚ ଚୁଲୁ ବାର୍ଲା, ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ଏସପି ସାଗରିକା ନାଥ, ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ଯ ଉନ୍ନୟନ ଅଧିକାରୀ ମନୋଜ ସତ୍ଯବାନ ମହାଜନ ଯୋଗ ଦେଇଥିଲେ। ଡାକ୍ତର ଅନନ୍ତ ଆଚାର୍ଯ୍ଯ, ପ୍ରିୟଙ୍କା ଜେନା ମଞ୍ଚ ସଂଯୋଜନା କରିଥିଲେ। ଉଦଘାଟନୀ ଉତ୍ସବରେ ବାଲିଶଙ୍କରା ପଞ୍ଚାୟତ ସମିତି ମହାବିଦ୍ଯାଳୟ, ବେଲସରା ଆଶ୍ରମ, ସବଡେଗା ଈଶ୍ବର ନୃତ୍ଯଦଳ ସମ୍ବଲପୁରୀ ନୃତ୍ଯ ପରିବେଷଣ କରିଥିଲେ।

ଉତ୍ସବରେ ହକି, ଫୁଟବଲ, ଭଲିବଲ୍‌, କବାଡ଼ି, ଖୋଖୋ ଆଦି ବିଭିନ୍ନ ଖେଳ ଆୟୋଜିତ ହୋଇଛି। ଏଥିରେ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଅଞ୍ଚଳର ଯୁବବର୍ଗ ସାମିଲ ହୋଇଛନ୍ତି। ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ହକି ବିଶ୍ବକପର ବାର୍ତ୍ତା ପହଞ୍ଚାଇବାକୁ ଏପରି ଉତ୍ସବର ଆୟୋଜନ କରାଯାଇଥିବା ଜିଲ୍ଲାପାଳ ଡ. ଗାଭାଲି ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe