ରୁଚି କମ୍ପାନିର ଫେଷ୍ଟିଭାଲ୍ ବୋନାଞ୍ଜା: ଦୁଇ ଭାଗ୍ୟଶାଳୀ ଗ୍ରାହକଙ୍କୁ ମିଳିବ ଦୁଇଟି କାର୍

୨୯ ଜଣ ପାଇବେ ସ୍କୁଟର, ଟିଭି ଭଳି ବିଭିନ୍ନ ପୁରସ୍କାର

ରୁଚି କମ୍ପାନିର ଫେଷ୍ଟିଭାଲ୍ ବୋନାଞ୍ଜା: ଦୁଇ ଭାଗ୍ୟଶାଳୀ ଗ୍ରାହକଙ୍କୁ ମିଳିବ ଦୁଇଟି କାର୍

OFFER OF WORLD

କଟକ : ରୁଚି ମସଲା ଉଦ୍ୟୋଗ ତାର ଦୁଇଜଣ ଗ୍ରାହକଙ୍କୁ ଦୁଇଟି କାର୍ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛି। ରୁଚି ଫେଷ୍ଟିଭାଲ୍ ବୋନାଞ୍ଜା ଅଫର୍ ଯୋଜନାରେ ଚଳିତ ବର୍ଷ ଦୁଇ ଜଣ ଭାଗ୍ୟଶାଳୀ ବିଜେତା ୨ଟି ମାରୁତି ବାଲେନୋ କାର୍ ପୁରସ୍କାର ଜିତିଛନ୍ତି। ମାର୍ଚ୍ଚ ୨୫ ତାରିଖ ଦିନ ଭୁବନେଶ୍ବରର ଏକ ତାରକା ହୋଟେଲରେ ଆୟୋଜିତ ଉତ୍ସବରେ ଦୁଇ ଜଣଙ୍କୁ ଦୁଇଟି କାର୍ ଉପହାର ପ୍ରଦାନ କରାଯିବ। ଏହା ସହିତ ଦୁଇ ଜଣ ଗ୍ରାହକଙ୍କୁ ୨ଟି ହୋଣ୍ତା ଆକ୍ଟିଭା ସ୍କୁଟର, ୫ଜଣଙ୍କୁ ଏଲଇଡି ଟିଭି, ୧୦ ଜଣଙ୍କୁ ଫିଲିପ୍ସଏଆର ଫ୍ରାୟାର୍ ଓ ୧୦ ଜଣଙ୍କୁ ୧୦ଟି ମିକ୍ସର ଗ୍ରାଇଣ୍ତର ପୁରସ୍କାର ଆକାରରେ ପ୍ରଦାନ କରାଯିବ।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଡ଼ିଶାର ଏହି ୪୭ ବର୍ଷର ଶିଳ୍ପୋଦ୍ୟୋଗ ପକ୍ଷରୁ ଏହି ଉପହାର ଯୋଜନାରେ ଗ୍ରାହକମାନଙ୍କୁ ପୂର୍ବରୁ ପ୍ରତି ମାସରେ ୧୮୦ଟି ସ୍ବର୍ଣ୍ଣମୁଦ୍ରା, ୧୮୦ଟି ରୌପ୍ୟମୁଦ୍ରା ଓ ୧୦୦ଟି ସ୍ମାର୍ଟ ୱାଚ୍ ପ୍ରଦାନ କରାଯାଇଛି। ଓଡ଼ିଶାର କୋଟି କୋଟି ଗ୍ରାହକମାନଙ୍କ ଆଶୀର୍ବାଦ ଓ ସେମାନଙ୍କର ବିଶ୍ବସନୀୟତା ପାଇଁ ରୁଚି ଉଦ୍ୟୋଗ ବିକ୍ରି ଅଭିବୃଦ୍ଧି କ୍ଷେତ୍ରରେ ସଫଳତା ହାସଲ କରିଛି ଏବଂ ଗ୍ରାହକମାନଙ୍କ ଋଣ ସୁଝିବା ପାଇଁ ଏହି ଉପହାର ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି ‘ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ।

ଏଠାରେ ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ ଏହି ଯୋଜନା ମାଧ୍ୟମରେ ଜଣେ ଗ୍ରାହକ କାର୍ ଜିତି ଥିଲେ। ଏହି ଅଫର୍ ଯୋଜନାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦ ଲକ୍ଷରୁ ଅଧିକ ଗ୍ରାହକ ଅଂଶଗ୍ରହଣ କରିଥିଲେ। ରାଜ୍ୟର ଖାଉଟି ସାମଗ୍ରୀ ଉତ୍ପାଦନ ଓ ବିପଣନ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ପୁରସ୍କାର ବୋଲି କୁହାଯାଉଛି। ଆସନ୍ତା ବର୍ଷ ସର୍ବଭାରତୀୟ ସ୍ତରରେ ଏହି ପୁରସ୍କାର ଯୋଜନା ରଖାଯିବ ଏବଂ ଅଧିକରୁ ଅଧିକ ବିଭିନ୍ନ ରାଜ୍ୟର ଗ୍ରାହକ ଏଥିରେ ଅଂଶଗ୍ରହଣ କରିପାରିବେ। ଚଳିତ ବର୍ଷର ଏହି ବିଜୟୀ ଗ୍ରାହକମାନେ ଏହି ଉତ୍ସବରେ ଯୋଗଦେଇ ପୁରସ୍କାର ଗ୍ରହଣ କରିବାକୁ କମ୍ପାନି ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe