ବ୍ଲକସ୍ତରୀୟ ପରବ ମହୋତ୍ସବ ପାଇଁ ଜୟପୁର ଉତ୍ସବମୁଖର

Advertisment
ବ୍ଲକସ୍ତରୀୟ ପରବ ମହୋତ୍ସବ ପାଇଁ ଜୟପୁର ଉତ୍ସବମୁଖର

ଜୟପୁର: ବ୍ଲକ ସ୍ତରୀୟ ପରବ ମହୋତ୍ସବ ପାଇଁ ଆଜି ଜୟପୁର ବ୍ଲକ ଉତ୍ସବମୁଖର ହୋଇପଡ଼ିଛି।  ବିଶାଳ ମଶାଲ ଶୋଭାଯାତ୍ରା ବାହାରିଛି। ଆଜି ପୂର୍ବାହ୍ନ ୧୦ଟା ବେଳେ ସ୍ଥାନୀୟ ମା’ ଝାଙ୍କରଦେବୀ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମତେ ପ୍ରମୁଖ ଅତିଥିମାନେ ସେଠାରୁ ମଶାଲ ନେଇ ଶୋଭାଯାତ୍ରାରେ ବାହାରିଥ‌ିଲେ। ପାରମ୍ପରିକ ବାଦ୍ୟ ଓ ଢ଼େମସା ନାଚି ଶୋଭାଯାତ୍ରା ସ୍ଥାନୀୟ ଦଶହରା ପଡିଆରେ ପହଞ୍ଚିଥିଲା।

publive-image

ସ୍ଥାନୀୟ ଦଶହରା ପଡିଆରେ ବ୍ଲକ ସ୍ତରୀୟ ପରବ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ତି‌ଳୋତ୍ତମା ମୁଦୁଲିଙ୍କ ନେତୃତ୍ବରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ବାହିନୀପତି, ଉପଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ରଶ୍ମି ରଥ, ଆସ୍ତା ନାୟକ, ତହସିଲଦାର ପ୍ରଧାନ ଟୁଲିଆମ୍ମା, ବିଡିଓ ରାଜୀବ ଦାସ, ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଗୋଷ୍ଠୀ ଚିକିତ୍ସାଳୟ ଅଧିକାରୀ ଡା ଏ.‌ ‌ଚୈତନ୍ୟଙ୍କ ସମେତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ମଞ୍ଚାସୀନ ହୋଇଥିଲେ। ପଡିଆରେ କୃଷି, ମତ୍ସ୍ୟ, ଏମ୍‌ଜିଏନଆରଜିଏ, ଉଦ୍ୟାନ ବିଭାଗ, ଶିକ୍ଷାବିଭାଗ, ପ୍ରାଣୀ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ ‌କେନ୍ଦ୍ର, ସ୍ବଚ୍ଛଭାରତ, ପ୍ରଧାନମନ୍ତ୍ରୀ ଆବାସ, ପୂର୍ଣ୍ଣବାସୀ ଏସ୍‌ଏଚ୍‌ଜି ପକ୍ଷରୁ ମାଣ୍ଡିଆ ଖାଦ୍ୟ ଓ ଦୁଇଟି ଏସ୍‌ଏଚଜି ଗ୍ରୁପ ତରଫରୁ ଖାଦ୍ୟ ଷ୍ଟଲକୁ ମୁଖ୍ୟ ଅତିଥି ଶ୍ରୀ ବାହିନୀପତି ଉଦଘାଟନ କରିଥିଲେ।

publive-image

ଏଥିରେ ଜୟନ୍ତଗିରି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଦ୍ୟୁମ୍ନ ବାରିକଙ୍କ ଦ୍ବାରା ବାଲିରେ ହୋଇଥିବା ପରବ କୃତିଙ୍କୁ ଅତିଥିମାନ‌େ ପ୍ରଶଂସା କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ କମଳା ପୂଜାରୀ, ନେତ୍ରାନନ୍ଦ ଲେଙ୍କା, ଦାମଦୋର ଗୌଡ, ମାନସୀ ମଲ୍ଲିକ, କେ. ଗାୟତ୍ରୀ, ସତ୍ୟ ନାରାୟଣ ନାୟକ, ସଞ୍ଜୟ ସାହୁ, ଗୀତା ମହାକୁଡ, ସୂଜାତା ଦୁରିଆ, ମଙ୍ଗଳି ପୂଜାରୀ, ନିରୁପମା ହରିଜନ, ରୀନା ପାଢ଼ୀ, ଆଶା ଗୌଡ, ସ୍ମିତାରାଣୀ ପାଣି ସମେତ ୨୦ ଜଣଙ୍କୁ ପରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରେ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଏଥିସହ କ୍ରିଡା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ରଘୁନାଥ ବିଶ୍ବାଳ ଓ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଏବିଡିଓ ମନୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଯନ୍ତ୍ରୀ ଇଂ ବିଶ୍ବନାଥ ପାତ୍ରଙ୍କ ସମେତ ଏପିଓ ମାନସ ରଞ୍ଜନ କର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ବ୍ଲକର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe