ବାନ୍ଦନା ପର୍ବ ପାଇଁ ଉତ୍ସବମୁଖର କୁଡ଼ୁମୀ ଅଧ୍ୟୁଷିତ ଗାଁ

ବାନ୍ଦନା ପର୍ବ ପାଇଁ ଉତ୍ସବମୁଖର କୁଡ଼ୁମୀ ଅଧ୍ୟୁଷିତ ଗାଁ

ସିଙ୍ଗଡ଼‌ା: କୁଡୁମୀ ଓ ସାନ୍ତାଳୀ ସମ୍ପ୍ରଦାୟର ଲୋକମାନେ ନିଆରା ଢଙ୍ଗରେ କାଳୀପୂଜା ପାଳିଥାନ୍ତି। ଏହି ଅବସରରେ କରଞ୍ଜିଆ ବ୍ଲକ୍‌ ରସମତଳା ପଞ୍ଚାୟତ କଦମବେଡ଼ାରେ ବାନ୍ଦନା ପର୍ବ ଅନୁଷ୍ଠିତ ହୋଇଯାଇଛି। କୁଡୁମୀ ସମ୍ପ୍ରଦାୟ ଲୋକମାନେ କାଳୀଙ୍କ ମୂର୍ତ୍ତି ବଦଳରେ ଅଣ୍ଡା ପୂଜା କରିଥାନ୍ତି। ଏହି ସମ୍ପ୍ରଦାୟର ବଡ଼ପର୍ବ ହେଉଛି ବାନ୍ଦନା ପର୍ବ। କାଳୀପୂଜା ପରଦିନ ଅଞ୍ଚଳରେ ବସବାସ କରୁଥିବା ମୁଣ୍ଡା, ବାଥୁଡି, ଭୂମିଜ, କମାର, ଗଣ୍ଡ ଓ କୁଡୁମୀ ସମ୍ପ୍ରଦାୟର ଲୋକମାନେ ମା’କାଳୀଙ୍କୁ ଧନଦେବୀ ଓ ବନଦେବୀଙ୍କ ପ୍ରତୀକ ଭାବେ ପୂଜା କରିଥାନ୍ତି। କୁଡୁମୀ ସମ୍ପ୍ରଦାୟର ଲୋକେ କୃଷି କାର୍ଯ୍ୟକୁ ଜୀବନ ଧାରଣର ପନ୍ଥା ଓ ଏହି କାର୍ଯ୍ୟକୁ ସହଯୋଗ କରୁଥିବା ଗୋସମ୍ପଦକୁ ପୂଜା କରିଥାନ୍ତି।

ଏହି ପର୍ବ ତିନୋଟି ପର୍ଯ୍ୟାୟରେ ପାଳନ କରାଯାଇଥାଏ। ଗୋଠପୂଜା, ଗୋବର୍ଦ୍ଧନ ପୂଜା ଓ ଗୋଖୁଣ୍ଟା ପର୍ବ। ଦୀପାବଳି ଅପରାହ୍ନ ଗୋଧୂଳି ସମୟରେ ଖୋଲା ପଡ଼ିଆରେ ଗାଁ ଲୋକେ ଶିବପାର୍ବତୀ ଓ ବାସୁଆ ଷଣ୍ଢ ଚାଉଳରେ ଅଙ୍କା ଯାଇଥିବା ଷଣ୍ଢ କୁଜରେ ଏକ ଅଣ୍ଡା ରଖିଥାନ୍ତି। ଗାଁର ସମସ୍ତ ଗୋରୁପଲଙ୍କୁ ସେହି ପଡ଼ିଆକୁ ଛାଡ଼ି ଦିଆଯାଏ। ଯେଉଁ ଲୋକର ଗୋରୁ ଅଣ୍ଡାକୁ ମାଡ଼ିଥାଏ ତାକୁ ଗାଁ ଲୋକେ ଭାଗ୍ୟବାନ ମଣନ୍ତି। ସେ ଗାଁ ଲୋକଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥାନ୍ତି। ଗାଁର ସମସ୍ତ ପଶୁପକ୍ଷୀ ଓ ମଣିଷଙ୍କ ଆରୋଗ୍ୟ କାମନା କରି ପୂଜା କରାଯାଇଥାଏ। ସେହିପରି ମତା, ତାଟୋଠାରେ ପରେଶଚନ୍ଦ୍ର ମହାନ୍ତ, ସୁଚିତ୍ରା ମହାନ୍ତ, ରଘୁନାଥ ମହାନ୍ତ, ହୀରାମଣି ମହାନ୍ତଙ୍କ ତତ୍ତ୍ବାବଧାନାରେ ବାନ୍ଦନା ପର୍ବ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe