କଟକର ୧୦ଟି ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କ୍ଲିନିକ୍‌; ଜ୍ୱର, ଥଣ୍ଡା, କାଶ ଓ ଫ୍ଲୁ ଲକ୍ଷଣ ଥିବା ରୋଗୀ ଚିହ୍ନଟ ପାଇଁ ଯିବେ

Advertisment
କଟକର ୧୦ଟି ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କ୍ଲିନିକ୍‌; ଜ୍ୱର, ଥଣ୍ଡା, କାଶ ଓ ଫ୍ଲୁ ଲକ୍ଷଣ ଥିବା ରୋଗୀ ଚିହ୍ନଟ ପାଇଁ ଯିବେ

vicks.com

କଟକ : କରୋନା ମୁକାବିଲା ଓ ସଂକ୍ରମଣ ରୋକିବା ପାଇଁ କଟକ ଜିଲ୍ଲାପ୍ରଶାସନ ଆରମ୍ଭ କରିଛି ନୂଆ ଯୋଜନା। କଟକର ୧୦ଟି ଘରୋଇ ହସ୍ପିଟାଲରେ ଖୋଲାଯାଇଛି ସ୍ବତନ୍ତ୍ର 'ଫିବର କ୍ଲିନିକ'। ଜ୍ବର, ଥଣ୍ଡା, କାଶ, ନିଶ୍ବାସ, ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିବା ରୋଗୀ ଆଉ ସବୁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ନାହିଁ। ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ନିର୍ଦ୍ଦିଷ୍ଟ ୧୦ଟି ଘରୋଇ ନର୍ସିଂହୋମ ଓ ହସ୍ପିଟାଲକୁ ସେମାନେ ଚିକିତ୍ସା ପାଇଁ ଯିବେ।

ଏ ସଂପର୍କରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସ୍ବତନ୍ତ୍ର ନିର୍ଦ୍ଦେଶମାନା ଜାରି କରିଛନ୍ତି। କଟକ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ଡୋର ଟୁ ଡୋର ସର୍ଭେ କାର୍ଯ୍ୟ ଚାଲୁଛି। ସ୍ବସ୍ଥ୍ୟକର୍ମୀମାନେ ପ୍ରତି ସାହି, ୱାର୍ଡରେ ପହଞ୍ଚି ଘର ଘର ବୁଲି ଥଣ୍ଡା, କାଶ ତଥା ବିଭିନ୍ନ ଲକ୍ଷଣ ସଂପର୍କରେ ପରିବାର ସଦସ୍ୟମାନଙ୍କଠାରୁ ତଥ୍ୟ ସଂଗ୍ରହ କରୁଛନ୍ତି। ଯଦି କାହାରି ନିକଟରେ ଇନଫ୍ଲୁଏଞ୍ଜା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ଥଣ୍ଡା, କାଶ ଆଦି ଲକ୍ଷଣ ଦେଖାଦିଏ, ତେବେ ସେଭଳି ଲକ୍ଷଣ ଥିବା ରୋଗୀ କଟକର ତୁଳସୀପୁର ସ୍ଥିତ ସନ୍‌ ହସ୍ପିଟାଲ, ଥୋରିଆ ସାହି ଶାନ୍ତି ମେମୋରିଆଲ ହସ୍ପିଟାଲ, ମହାନଦୀ ବିହାର ସାବରମତି ଜେନେରାଲ ହସ୍ପିଟାଲ, ଜଗତପୁର ସଦ୍‌ଗୁରୁ ମେଡିକାଲ, ରାଣୀହାଟ କେନାଲ ରୋଡରେ ଥିବା ଚାଣକ୍ୟ ହସ୍ପିଟାଲ ଓ ଓମ୍‌ ଶୁଭମ୍‌ ହସ୍ପିଟାଲ, ମଙ୍ଗଳାବାଗ୍‌ ରିଙ୍ଗରୋଡ ସ୍ଥିତ ସୃଷ୍ଟି ହସ୍ପିଟାଲ, କାଠଗୋଲା ସ୍ଥିତ ଗୁଡଲକ୍‌ ହସ୍ପିଟାଲ, ଭାଣପୁରସ୍ଥିତ ରୁଦ୍ର ହସ୍ପିଟାଲ, ସାଲେପୁର ରାଇସୁଙ୍ଗୁଡା ଶକ୍ତିସାଇ ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇ ପାରିବେ। ଅନ୍ୟ କୌଣସି ହସ୍ପିଟାଲ ଏଭଳି ଲକ୍ଷଣଯୁକ୍ତ ରୋଗୀଙ୍କୁ ଚିକିତ୍ସା ନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe