ବାଲୁକା କଳାରେ ଫିଫା ବିଶ୍ବକପ୍‌ ଟ୍ରଫି

Advertisment

ସ୍ଥାନ ପାଇଛି ୩୨ଟି ଦେଶର ୧୩୫୦ ମୁଦ୍ରା

ସ୍ଥାନ ପାଇଛି ୩୨ଟି ଦେଶର ୧୩୫୦ ମୁଦ୍ରା

ବାଲୁକା କଳାରେ ଫିଫା ବିଶ୍ବକପ୍‌ ଟ୍ରଫି

ପୁରୀ : ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଫିଫା ବିଶ୍ବକପ୍‌ର ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ୩୨ଟି ଦେଶର ମୁଦ୍ରାକୁ ମଧ୍ୟ ସେ ଏହି କଳାରେ ସ୍ଥାନିତ କରିଛନ୍ତି। ୮ଫୁଟର ଏହି ବିଶ୍ବକପ ଟ୍ରଫି ବାଲୁକା କଳାରେ ସେ ଭାରତୀୟ ମୁଦ୍ରା ସମେତ ୩୨ଟି ଦେଶର ୧୩୫୦ଟି ମୁଦ୍ରା ସ୍ଥାନିତ କରିଛନ୍ତି। ପୁରୀ ବେଳାଭୂମିରେ ଏହି କଳା ମାଧ୍ୟମରେ ‘ଗୁଡ୍‌ ଲକ୍‌’ ଲେଖି ଶୁଭେଚ୍ଛା ଜଣାଇଛନ୍ତି।

ବିଶ୍ବର ଜଣାଶୁଣା ବାଲୁକା ଶିଳ୍ପୀ ଭାବେ ପରିଚିତ ଶ୍ରୀ ପଟ୍ଟନାୟକ ବାଲୁକା କଳାରେ କିଛି ନୂଆ କରି ଦେଖାଇବାର ପ୍ରୟାସ ଜାରି ରଖିଛନ୍ତି। ୮ ଫୁଟ୍‌ର ବାଲୁକା ଟ୍ରଫି ପ୍ରସ୍ତୁତି ପାଇଁ ସେ ୫ ଟନ୍‌ ବାଲି ବ୍ୟବହାର କରିଛନ୍ତି। ଟ୍ରଫି ସହ ଏକ ଫୁଟ୍‌ବଲ ପ୍ରସ୍ତୁତ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, କାତାରରେ ହେବାକୁ ଯାଉଥିବା ଫିଫା ବିଶ୍ବକପ ପରିପ୍ରେକ୍ଷୀରେ ସେ ଏହି କଳା ପ୍ରଦର୍ଶନ ସହ ବିଭିନ୍ନ ଦେଶକୁ ବାଲୁକା କଳା ପ୍ରଦର୍ଶନ ପାଇଁ ଗସ୍ତ ସମୟରେ ସଂଗ୍ରହ କରିଥିବା ମୁଦ୍ରାଗୁଡ଼ିକୁ ଏହି କଳାରେ ସ୍ଥାନିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe