୧୨ଟି ହାଇକୋର୍ଟକୁ ୧୫ ଜଣ ବିଚାରପତିଙ୍କ ବଦଳି: ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି

Advertisment
କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଂଜୟ କୁମାର ମିଶ୍ରଙ୍କ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ମାସରେ ସୁପ୍ରିମକୋର୍ଟ କଲେଜିୟମ୍‌ ଜଷ୍ଟିସ ଶ୍ରୀ ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟରୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରିଥିଲେ। ସେହିଭଳି ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଯଶୱନ୍ତ ସିଂହ ଓ କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ଉପରୋକ୍ତ ତିନି ଜଣ ବିଚାରପତିଙ୍କ ସମେତ ସମୁଦାୟ ୧୭ ଜଣ ବିଭିନ୍ନ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ ଗତ ମାସରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ।

ଆଜି ଦେଶର ୧୨ଟି ହାଇକୋର୍ଟକୁ ୧୫ ଜଣ ବିଚାରପତିଙ୍କ ବଦଳିକୁ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସୌମେନ ସେନଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ତଥା ମାଡ୍ରାସ୍‌ ହାଇକୋର୍ଟରୁ ବିଚାରପତି ଜଷ୍ଟିସ୍‌ ଟିଏସ୍‌ ଶିଭାଗନନମଙ୍କୁ କୋଲକାତା ହାଇକୋର୍ଟକୁ ବଦଳି ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରା କରାଯାଇଥିବା ସୁପାରିସ ପ୍ରକାଶିତ ବିଜ୍ଞପ୍ତିରେ ସ୍ଥାନ ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe