ସାଇକେଲ୍‌ରେ ଚେନ୍ନାଇରୁ ଫେରିଲେ୧୫ ଜଣ, ୬ଜଣ ସୋରଳ ସଂଗରୋଧ କେନ୍ଦ୍ରରେ

Advertisment

ଜଣେ ଅଟକ, ୮ ନିଖୋଜ

ଜଣେ ଅଟକ, ୮ ନିଖୋଜ

ସାଇକେଲ୍‌ରେ ଚେନ୍ନାଇରୁ ଫେରିଲେ୧୫ ଜଣ, ୬ଜଣ ସୋରଳ ସଂଗରୋଧ କେନ୍ଦ୍ରରେ

ଚିକିଟି: ଲକ୍‌ଡାଉନ୍‌ ସମୟରେ କାମଧନ୍ଦା ବନ୍ଦ‌ ହୋଇଯିବା କାରଣରୁ ଲୋକେ ଭୋକ ଜ୍ବାଳାକୁ ସହ୍ୟ ନ କରି ଯେ କୌଣସି ମତେ ନିଜ ଭିଟାମାଟିକୁ ଫେରୁଥିବା ଦେଖିବାକୁ ମିଳୁଛି। ଗତକାଲି ୯ ଜଣ ଯୁବକ ଚେନ୍ନାଇରୁ ସମୁଦ୍ର ପଥରେ ଡଙ୍ଗା ଯୋଗେ ଚିକିଟି ବ୍ଲକ୍ ସୁନାପୁର ପଂଚାୟତ ପାତିସୁନାପୁରରେ ପହଞ୍ଚିଥିବା ବେଳେ ଆଜି ପୁଣି ୧୫ଜଣ ସାଇକେଲ୍‌ ଯୋଗେ ଚେନ୍ନାଇରୁ ଆସି ଏଠାରେ ପହଞ୍ଚିଥିବା ଜଣାପଡ଼ିଛି।

ଗତ ୧୪ ତାରିଖରେ ସୋରଳ ଗ୍ରାମର ଜଣେ ମହିଳାଙ୍କ ସମେତ ୧୫ ଜଣ ସାଇକେଲରେ ଦୀର୍ଘ ୧୧୮୦ କିଲୋମିଟର ରାସ୍ତା ଅତିକ୍ରମ କରି ଚେନ୍ନାଇରୁ ଆସୁଥିବା ବେଳେ ଓଡ଼ିଶା–ଆନ୍ଧ୍ର ସୀମାନ୍ତ ବଳରାମପୁର ତନଖି ଫାଟକରେ ପହଞ୍ଚିଥିଲେ। ତନଖି ଫାଟକ ନିକଟରେ କନିଷି ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ନାଥ ସାହୁ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ବେଳେ ତାଙ୍କ ହାତରେ ସୋରଳର ଟଙ୍କଧର ଜାନୀ ଧରାପଡ଼ି ଅଟକ ଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜଣେ ମହିଳା ନମିତା ବେହେରା(୨୬), ତାଙ୍କ ସ୍ବାମୀ ଅଶୋକ ବେହେରା(୩୬)ଙ୍କ ସମେତ ଅନ୍ୟ ଚାରିଜଣ ଭଗବାନ ବେହେରା (୪୩), କହ୍ନେଇ ବେହେରା(୩୩), ଜଗନ୍ନାଥ ବେହେରା(୩୫), ମୁନା ନାୟକ(୨୩) କୌଶଳକ୍ରମେ ତନଖି ଫାଟକରୁ ଖସି ଆସି ନିଜ ଗାଁ ସୋରଳ ହାଇସ୍କୁଲରେ ସରକାରଙ୍କ ତରଫରୁ କରାଯାଇଥିବା ସଂଗରୋଧ କେନ୍ଦ୍ରରେ ନାମ ପଞ୍ଜୀକରଣ କରି ରହିଥିବା ପଂଚାୟତର ସରପଂଚ ଡି. ଦାମଦୋର ରେଡି ଓ ନିବାର୍ହୀ ଅଧିକାରୀ ଲୋକନାଥ ପତି କହିଛନ୍ତି। ତେବେ ସେମାନଙ୍କ ସହ ଥିବା ଅନ୍ୟ ୮ ଜଣଙ୍କ କୌଣସି ଖବର ମିଳୁ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe