ପଞ୍ଚମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଟ୍ୟୁସନ ଶିକ୍ଷକ ଗିରଫ

ପଞ୍ଚମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଟ୍ୟୁସନ ଶିକ୍ଷକ ଗିରଫ

କୁଜଙ୍ଗ: ଯେଉଁ ସମୟରେ ଖେଳକୁଦ, ପାଠପଢ଼ା ଓ ହସଖୁସିରେ ବଞ୍ଚିବା କଥା, ସେହି ସମୟରେ ଗର୍ଭରେ ପିଲା ବଢୁଛି। ପଞ୍ଚମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ଅଞ୍ଚଳରେ ଘଟିଥିବା ଘଟଣାକୁ ନେଇ ପୁଲିସ ଜଣେ ଟ୍ୟୁସନ ଶିକ୍ଷକକୁ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ, ବାଲିତୁଠ ଅଞ୍ଚଳର ପଞ୍ଚମ ଶ୍ରେଣୀର ଛାତ୍ରୀ ଜଣେ ଗାଁରେ ଟ୍ୟୁସନ୍‌ ପଢୁଥିଲା। ଟ୍ୟୁସନ୍‌ ଶିକ୍ଷକଙ୍କ ଅନୁପସ୍ଥିତିରେ ଝିଅକୁ ବାପା ପାଠ ପଢାଇଥାନ୍ତି। ସୋମବାର ହଠାତ ଛାତ୍ରୀଙ୍କର ପେଟରେ ଅସହ୍ୟ ୟନ୍ତ୍ରଣା ହୋଇଥିଲା। ଝିଅକୁ ବାପା ନିକଟସ୍ଥ ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କର ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ସବୁକଥା ଖୋଳତାଡ଼ କରିବା ପରେ ଟ୍ୟୁସନ ମାଷ୍ଟ୍ର ତା ସହିତ ଶାରୀରିକ ସମ୍ପର୍କ ରଖିଥିବା ପରିବାର ଆଗରେ ସ୍ବୀକାର କରିଥିଲା।

ତେବେ ଘଟଣା ସଂପର୍କରେ କାହାକୁ କିଛି ନ କହିବାକୁ ଅଭିଯୁକ୍ତ ନାବାଳିକାକୁ ବାରମ୍ବାର ଧମକ ଦେଉଥିଲା। କଥା ପରିବାର ଲୋକମାନେ ଜାଣିବାପରେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କୁଜଙ୍ଗ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ବାଳିକାର ଡକ୍ତରୀ ମାଇନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe