ବରଗଡ଼ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   

Advertisment
ବରଗଡ଼ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   

ବରଗଡ଼: ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟାରେ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି  ବରିଷ୍ଠ ସାମ୍ବାଦିକ ସତୀଶ ମିଶ୍ର ବରିଷ୍ଠ ନାଗରିକଙ୍କ ପ୍ରତି ସମାଜର କର୍ତବ୍ୟ ଉପରେ ଆଲୋକପାତ କରିଛନ୍ତି। ବରିଷ୍ଠ ନାଗରିକଙ୍କୁ ସବୁ କିସମର ଖୁସି ଦେବା ସମାଜର ଦାୟିତ୍ବ। ଏଥିରେ ସରକାର ବି ଭାଗିଦାର ହେବା ଉଚିତ। ବରିଷ୍ଠ ନାଗରିକଙ୍କ ପ୍ରତି ସରକାର ସମବେଦନା ରଖିବା କଥା ବୋଲି ସେ କହିଥିଲେ। ସାଂପ୍ରତିକ ବଜାର ବ୍ୟବସ୍ଥା ସବୁ ବର୍ଗ, ଏପରିକି ବରିଷ୍ଠ ନାଗରିକଙ୍କୁ ବି ବେରୋଜଗାର କରିଛି ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି।

publive-image

ବରିଷ୍ଠ ନାଗରିକଙ୍କ ସମସ୍ୟାକୁ ସମସ୍ତେ ନିଜ ସମସ୍ୟା ଭାବି  ସମାଧାନର ବାଟ ବାହାର କରିବାକୁ ସେ ଆହ୍ବାନ କରିଥିଲେ। ପୁଞ୍ଜିବାଦୀ ବ୍ୟବସ୍ଥାରେ ଏହି ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ସେମାନଙ୍କୁ ସମାଜର ବୋଝ ଭଳି ବ୍ୟବହାର କରାଯାଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ବରିଷ୍ଠ ଆଇନଜୀବୀ ଅଶୋକ ଯୋଶୀଙ୍କ ସଭାପତିତ୍ବ ଓ   ସାମ୍ବାଦିକ ଉମେଶଚନ୍ଦ୍ର ବିଶ୍ବାଳଙ୍କ ସଂଯୋଜନାରେ ଆଲୋଚନାଚକ୍ର ‌ହୋଇଥିଲା।  ମେଳାର ପଞ୍ଚମ ସନ୍ଧ୍ୟାକୁ ପାଠାଗାରର ସଭାପତି ବିମ୍ବାଧର କୁଁଅର, ତ୍ରିନାଥ ସାହୁ, ଡ. ରବି ନାରାୟଣ ତ୍ରିପାଠୀ, ରୋଶନ୍ ଟଣ୍ଡନ, ତ୍ରିଲୋଚନ ଶତପଥୀ ଉଦ୍‌ଘାଟନ କରିଥିଲେ। ମେଧାବୀ ଛାତ୍ରୀ ଗ୍ରେସି ନିଶା ସିଂହଲଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ପାଠାଗାର ପକ୍ଷରୁ କିରଣମୟୀ ମହାପାତ୍ର ମେଧା ସମ୍ମାନ ସହ ବିଭିନ୍ନ ମେଧା ପୁରସ୍କାର ପ୍ରଦାନ କରାଯାଇଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe