Advertisment

ପଞ୍ଚମ ଗଡ଼ଜାତ ମହୋତ୍ସବ ଉଦ୍‌ଘାଟିତ

Advertisment
ପଞ୍ଚମ ଗଡ଼ଜାତ ମହୋତ୍ସବ ଉଦ୍‌ଘାଟିତ

ହରଭଙ୍ଗା/ପୁରୁଣାକଟକ : ହରଭଙ୍ଗା ବ୍ଲକ୍‌ର ବୀରନରସିଂହପୁରଠାରେ ଚଳିତ ବର୍ଷ ପଞ୍ଚମ ଗଡ଼ଜାତ ମହୋତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ହରଭଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷ ବିଶ୍ବଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ  ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଡ଼ଜାତ ମହୋତ୍ସବ ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ଦିଗରେ ଅତି ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଥିବାରୁ ଗଡଜାତ ସାଂସ୍କୃତିକ ପରିଷଦର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ଡିଆଇପିଆର୍‌ଓ ରୀତାକାନ୍ତି ବଳିୟାରସିଂହ ଓ ବୀରନରସିଂହପୁର ପଞ୍ଚାୟତର ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ନିର୍ଦେଶକ ବନମାଳୀ ରଣା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୌଦ୍ଧର ସଂସ୍କୃତି, ପରମ୍ପରା ପ୍ରାକୃତିକ ଶୋଭା ଓ ସବୁଜିମାର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ବାଲ୍ୟ ବିବାହ  ଉପରେ ହୋଇଥିବା କର୍ମଶାଳା ପ୍ରସଙ୍ଗରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ୧୭ ବର୍ଷ ପର୍ଯ୍ୟନ୍ତ କରାଗଲେ ବାଲ୍ୟ ବିବାହକୁ ରୋକାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। କୃତୀ କ୍ରୀଡ଼ାବିତ ଭାବେ ବୌଦ୍ଧ ଜିଲ୍ଲାର ଶ୍ରୀକାନ୍ତ ବହିଦାର ଓ କୃତୀ କଳାକାର ଭାବେ ସମ୍ବଲପୁର ଜିଲ୍ଲା ଧମାର ସଙ୍ଗୀତା ହାତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ବାଲ୍ୟବିବାହ ନିଷିଦ୍ଧ ସଚେତନତା କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ସୁଶାନ୍ତ ଭୋଇ, ପ୍ରଣୟନୀ ଲେଙ୍କା, ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ ସାହୁ ଓ ଡିଆଇପିଆର୍‌ଓ ରୀତାକାନ୍ତି ବଳିୟାରସିଂହ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇଦେଇଥିଲେ।

ଏ ଅବସରରେ ‘ଗଡ଼ଜାତ ଏଣ୍ଟରଟେନ୍‌ମେଣ୍ଟ’ର ପ୍ରଥମ ଅବଦାନ ସ୍ୱରୂପ ‘ଶୀତୁଆ ରାତି’ ଓ ‘ଅଧା ଲେଖା ପ୍ରେମ ଗଳ୍ପ’ ୟୁଟ୍ୟୁବ୍‌ରେ ଉନ୍ମୋଚନ କରାଯାଇଥିଲା। ଏହାର ରଚୟିତା ବନମାଳୀ ରଣା, ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର, ଗାୟିକା ଇରା ମହାନ୍ତି ଓ ଟି. ସୌରୀ ଏବଂ ପ୍ରଯୋଜକ ଦେବାଶିଷ ମହାକୁଡ଼ ରହିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ବିଜୟ କୁମାର ସାହୁ ବଙ୍କାପଡା ୟୁପି ସ୍କୁଲ ସଂଯୋଜନା କରିଥିଲା ବେଳେ ସିଆର୍‌ସିସି ନୀଳାଚଳ ବିହାରୀ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅତିଥି କଳାକାର ସଂଗୀତା ହାତୀ ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe