ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ପୁଣି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨ ଗୁରୁତର, ୪ ଆହତ

Advertisment
ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ପୁଣି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨ ଗୁରୁତର, ୪ ଆହତ

ବ୍ରହ୍ମଗିରି: ପୁଣି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘର୍ଷ ଘଟିଥିବାର ଖବର ମିଳିଛି। ଏଠାରେ ୩୦ରୁ ଉର୍ଦ୍ଧ୍ବ ବୋମାମାଡ଼ ସହ ୧୦ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ପ୍ରଥମେ ଫେବ୍ରୁଆରି ମାସ ୧୦ ତାରିଖରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ପୁଲିସ ଉଭୟ ପଟୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ନିର୍ବାଚନ ଶେଷ ହେବା ପରେ ୧୮ ତାରିଖରେ ସେହି ୬ ଜଣ କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିବାପରେ ୧୯ ତାରିଖରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରାୟ ୪୦ରୁ ଅଧିକ ବୋମାମାଡ଼ ହୋଇଥିଲା। ପୁଲିସ ଗାଁରେ ଚଢ଼ାଉ କରି ଉଭୟ ପକ୍ଷର ପ୍ରାୟ ୨୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଗତକାଲି ଅପରାହ୍ନରେ ହୋଲି ଖେଳ ପରେ ଗୋଟିଏ ଦଳର ଦୁଇ ଜଣ ଯୁବକ ଗାଁରୁ ଅନ୍ୟ ଗାଁରୁ ଚିକେନ କିଣି ଫେରିବା ବେଳେ ତାଙ୍କୁ ଅପରପକ୍ଷର କିଛି ଯୁବକ ଅଚାନକ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ଏଥିରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଲୁଷିକାନ୍ତ ପ୍ରଧାନ ଓ ଶୁଭାଶିଷ ପ୍ରଧାନ। ଏହାଛଡ଼ା ୪ ଜଣ ଆହତ ହୋଇଥିବାର ବି ସୂଚନା ମିଳିଛି। ଗାଁମୁଣ୍ଡରେ ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ପୁରୀ ସଦର ଏସଡିପିଓ ପୁଲିସ ଫୋର୍ସ ସହ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ଗାଁରୁ ପୁରୁଷ ଓ ମହିଳା ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe