ଆନନ୍ଦପୁର: ପଞ୍ଚାୟତ ନିର୍ବାଚନରେ ମତଦାନକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲାରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ନିଜ ଗାଁ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗଡ଼ା ବୁଥ୍ ବାହାରେ ବିଜେଡିର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ।
Kalinga TVଦୀର୍ଘଦିନ ଧରି ଏଭଳି ଘଟଣା ସେହି ଅଞ୍ଚଳରେ ଦେଖିବାକୁ ମିଳୁଥିଲା, ହେଲେ ଆଜି ମତଦାନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହେବା ଫଳରେ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିବା ଜଣାଯାଇଛି।
ଏଣେ ଘସିପୁରା ନିର୍ବାଚନ ମଣ୍ଡଳୀ ଅଳତୀ ପଂଚାୟତ ଆଠ ନମ୍ବର ୱାର୍ଡ ବୁଥ ଭିତରେ ପାଟିତୁଣ୍ଡ କରୁଥିବାରୁ ୱାର୍ଡ ମେମ୍ବର ପ୍ରାର୍ଥୀ ପୁଲିସ ଦ୍ୱାରା ଅଟକ ଥିବାର ସୂଚନା ମିଳିଛି।
Follow Us