ଏମ୍‌କେସିଜିରେ ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାର୍‌ପିଟ ଘଟଣା: ୪ ଡାକ୍ତର ବହିଷ୍କୃତ, ଜଣଙ୍କୁ ୬ ମାସ ପାଇଁ ହଷ୍ଟେଲ୍‌ ମନା

Advertisment

ଏମ୍‌କେସିଜି ମେଡିକାଲ କଲେଜର ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ମାର୍‌ପିଟ ଘଟଣାରେ କଲେଜ କର୍ତ୍ତୃପକ୍ଷ ୪ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଜଣେ ଡାକ୍ତରଙ୍କୁ ୬ମାସ ପାଇଁ ହଷ୍ଟେଲ୍‌ ବାରଣ କରିଛନ୍ତି।

ଏମ୍‌କେସିଜି ମେଡିକାଲ କଲେଜର ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ମାର୍‌ପିଟ ଘଟଣାରେ କଲେଜ କର୍ତ୍ତୃପକ୍ଷ ୪ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଜଣେ ଡାକ୍ତରଙ୍କୁ ୬ମାସ ପାଇଁ ହଷ୍ଟେଲ୍‌ ବାରଣ କରିଛନ୍ତି।

ମଞ୍ଚରେ କରେଣ୍ଟ୍‌ ଚାର୍ଜ ଘଟଣା: ବନ୍ଧା ହୋଇ ଜେଲ୍ ଗଲେ ୫, ଆଇସିୟୁରେ ୨ ପୀଡ଼ିତ

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜର ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ମାର୍‌ପିଟ ଘଟଣାରେ କଲେଜ କର୍ତ୍ତୃପକ୍ଷ ୪ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଜଣେ ଡାକ୍ତରଙ୍କୁ ୬ମାସ ପାଇଁ ହଷ୍ଟେଲ୍‌ ବାରଣ କରିଛନ୍ତି। ଗତ ୨୩ତାରିଖ ଦିନ ଏହି ମାର୍‌ପିଟ ଘଟଣାକୁ ନେଇ ମେଡିକାଲ୍‌ କାଉନସିଲ୍‌ ବୈଠକ ଅନୁଷ୍ଠିତ ହୋଇ ଡିଏମ୍‌ଇଟିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଡିଏମ୍‌ଇଟିଙ୍କ ନିର୍ଦ୍ଦେଶକ୍ରମେ ଏମ୍‌କେସିଜି କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

୨ଦିନରେ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ବହିଷ୍କୃତ ୪ ଡାକ୍ତରଙ୍କ ମଧ୍ୟରେ ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଣ୍ଟ୍‌ ପ୍ରଫେସର (ଠିକା) ଡା. ପୁରୁଷୋତ୍ତମ ସ୍ବାଇଁ, ଅସ୍ଥିଶଲ୍ୟ ବିଭାଗର ସିନିୟର୍‌ ରେସିଡେଣ୍ଟ୍‌ (ଠିକା) ଡା. ଆରିୟନ୍‌ କୁମାର ମହାନ୍ତି ଓ ଡା. ଚିନ୍ମୟ ପ୍ରଧାନ ଏବଂ ଜେନେରାଲ୍‌ ସର୍ଜରି ବିଭାଗର ପୋଷ୍ଟ୍‌ ପିଜି ସିନିୟର୍‌ ରେସିଡେଣ୍ଟ୍‌ ଡା. ଯଶୋବନ୍ତ ଭିରା ରହିଛନ୍ତି। ଶୃଙ୍ଖଳାଭଙ୍ଗ କାରଣ ଯୋଗୁ ଉପରୋକ୍ତ ଡାକ୍ତରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମେଡିକାଲ୍‌ କର୍ତ୍ତୃପକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି। ସେହି ଭଳି ଅସ୍ଥିଶଲ୍ୟ ବିଭାଗର ଦ୍ବିତୀୟ ବର୍ଷ ପିଜି ରେସିଡେଣ୍ଟ୍‌ ଡା. ପ୍ରିୟଜିତ ସାହୁଙ୍କୁ ୬ମାସ ପାଇଁ ହଷ୍ଟେଲ୍‌ ବାରଣ କରାଯାଇଛି। ସଂପୃକ୍ତ ଡାକ୍ତରମାନେ ଦୁଇଦିନ ମଧ୍ୟରେ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

ଗତ ୨୦ତାରିଖ ଦିନ ଦୁଇଗୋଷ୍ଠୀ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ ହୋଇଥିଲା। ୨୩ତାରିଖ ଦିନ ମେଡିକାଲ କଲେଜ ଡିନ୍‌ ପ୍ରଫେସର ଡା. ସୁଚିତ୍ରା ଦାଶଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ସମନ୍ବୟ କମିଟି ବୈଠକ କରାଯାଇ ଘଟଣା ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ରେଜିଷ୍ଟ୍ରାର୍‌, ସମସ୍ତ ବିଭାଗୀୟ ମୁଖ୍ୟ,  ୱାର୍ଡେନ୍‌, ଉଚ୍ଚପଦସ୍ଥ ଅଧିକାରୀ, ଅଭିଯୁକ୍ତ ଛାତ୍ର ଓ ମାଡ଼ ଖାଇଥିବା ଛାତ୍ର ଉପସ୍ଥିତ ଥିଲେ। ବୈଠକର ନିଷ୍ପତ୍ତି ସଂପର୍କରେ ମେଡିକାଲ କର୍ତ୍ତୃପକ୍ଷ ଡିଏମ୍‌ଇଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe