ନମାଜ ପଢ଼ାକୁ କେନ୍ଦ୍ର କରି ଉତ୍ତେଜନା, ଭଙ୍ଗାରୁଜା, ଗାଡ଼ି ପୋଡ଼ି

Advertisment
ନମାଜ ପଢ଼ାକୁ କେନ୍ଦ୍ର କରି ଉତ୍ତେଜନା, ଭଙ୍ଗାରୁଜା, ଗାଡ଼ି ପୋଡ଼ି

ଜଗସିଂହପୁର/ତିର୍ତୋଲ: ତିର୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ତି ଅଧୀନ ଆଖୁନମହଲା ମସ୍‌ଜିଦରେ ନମାଜ ପଢ଼ା ବେଳେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଛନ୍ତି। ୧୦ରୁ ଅଧିକ ଲୋକ ଏକାଠି ହୋଇଥିବାବେଳେ ସେମାନଙ୍କୁ ବାରଣ କରିବାକୁ ଯାଇ ପୁଲିସ୍‌ ଆକ୍ରୋଶର ଶିକାର ହୋଇଛି। ପୁଲିସ୍‌ ‌ସେଠାରେ ଲୋକମାନଙ୍କୁ ନମାଜ ପଢ଼ା ବନ୍ଦ କରିବାକୁ ତାଗିଦ୍‌ କରିବା ସହ ମସ୍‌ଜିଦ୍‌ରୁ ସମସ୍ତଙ୍କୁ ବାହାର କରି ତାଲା ପକାଇ ଦେଇଥିଲା। ତେବେ, ପୁଲିସ ଫେରିବାର କିଛି ସମୟ ପରେ ଶତାଧିକ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ପହଞ୍ଚି ଫାଣ୍ଡିକୁ ଘେରାଉ କରିବା ସହ ଫାଣ୍ଡି ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଫାଣ୍ଡି ବାହାରେ ଥିବା ପୁଲିସ୍‌ ଗାଡ଼ିକୁ ସେମାନେ ଭାଙ୍ଗିଦେବା ସହ ଫାଣ୍ଡି ଇନ୍‌ଚାର୍ଜ ଅନିରୁଦ୍ଧ ନାୟକଙ୍କ ଏକ ବ୍ୟକ୍ତିଗତ କାର୍‌ରେ ନିଆଁ ଲଗାଇ ଦେଇଥିଲେ। ଫାଣ୍ଡିରେ ଥିବା ହାତଗଣତି ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଜଗତସିଂହପୁରରୁ ଏକ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ଏସ୍‌ଡିପିଓ ଓ ତିର୍ତୋଲ ଥାନା ଅଧିକାରୀ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe