ଜୟପୁରରୁ ପରୀକ୍ଷାମୂଳକ ଭାବେ ବିଶାଖା‌ପାଟଣାକୁ ଉଡ଼ିଲା ବିମାନ

Advertisment
ଜୟପୁରରୁ ପରୀକ୍ଷାମୂଳକ ଭାବେ ବିଶାଖା‌ପାଟଣାକୁ ଉଡ଼ିଲା ବିମାନ

ଜୟପୁର: ଡିଜିସିଏ ପକ୍ଷରୁ ଲାଇସେନସ୍ ପାଇବା ମାତ୍ରକେ ଜୟପୁର ବିମାନବନ୍ଦରରୁ ବିମାନ ଉଡିବା ଆରମ୍ଭ ହେବ। ଏଠାରୁ ବିମାନ ଉଡ଼ାଇବା ପାଇଁ ବିଡ଼୍ ପାଇଥିବା ‘ ଇଣ୍ଡିଆ ୱାନ୍ ଏୟାର’ ପକ୍ଷରୁ ଏଥି ପାଇଁ ପୂର୍ବରୁ ପରୀକ୍ଷାମୂଳକ ଭାବେ ଭୁବନେଶ୍ବରକୁ ବିମାନ ଉଡ଼ାଇ ଆସୁଛି। ଏବେ ନୂଆ କରି ବିଶାଖାପାଟଣାକୁ ବି  ପରୀକ୍ଷାମୂଳକ ବିମାନ ଉଡାଣ ଆରମ୍ଭ କରିଥିବା କହିଛନ୍ତି ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଭାସ୍କର ଚନ୍ଦ୍ର ସାମନ୍ତରାୟ ।

ଭୁବନେଶ୍ବରରୁ ଏହି ବିମାନଟି ଜୟପୁର ବିମାନବନ୍ଦରରେ ଅବତରଣ କରୁଛି। ଏଠାରୁ ବିଶାଖାପାଟଣା ଯାଇ ସେଠାରୁ ପୁଣି ଜୟପୁର ବିମାନ ବନ୍ଦରକୁ ଆସୁଛି। ପୁଣି ଏଠାରୁ ଭୁବନେଶ୍ବର ଯାଉଛି।  ଏହାରି ମଧ୍ୟରେ  ଭୁବନେଶ୍ବର-ଜୟପୁର-ବିଶାଖାପାଟଣାକୁ ବିମାନ ଉଡାଇବା ଅଭ୍ୟାସ ତଥା ପରୀକ୍ଷା ମୂଳକ ପରୀକ୍ଷା ୨ଦିନ କରି ସାରିଲାଣି ବୋଲି କହିଛନ୍ତି ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟ। ଆଜି ପୂର୍ବତନ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ପୂର୍ବତନ ବିହନ ନିଗମ ଅଧ୍ୟକ୍ଷ ଇଂ. ଇଶ୍ବର ପାଣିଗ୍ରାହୀ ବିମାନବନ୍ଦରକୁ ବୁଲିବାକୁ ଆସିଥିଲେ। ଏମାନେ  ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ବିମାନବନ୍ଦରର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଡିଜିସିଏ ଚିହ୍ନଟ କରିଥିବା ସମସ୍ତ ଦୋଷତ୍ରୁଟିକୁ ସୁଧାରି ଦାଖଲ କରିବାକୁ କହିଥିଲେ କୋଟପାଡ଼ ବିଧାୟିକା।

ଡିଜିସିଏ୍ ଟିମ୍ ଏଠାକୁ ଗତ ଅଗଷ୍ଠ ୨୧ଓ୨୨ତାରିଖ ଦିନ ଆସି ତଦାରଖ କରି ୬୭ଟି  ଜରୁରୀ ଆବଶ୍ୟକତା ଓ ତ୍ରୁଟି ସମାଧାନ କରିବାକୁ  କହିଥିଲେ। ତାହା ପୁରଣ କରିବା ପରେ ହିଁ ଏଠାରୁ ବିମାନ ଉଡ଼ାଇବା ପାଇଁ ଜୟପୁର ବିମାନବନ୍ଦରକୁ ଲାଇସେନସ୍ ମିଳି ପାରିବ। ଲାଇସେନସ୍ ମିଳିବା ପରେ ହିଁ ଏଠାରୁ ବିମାନ ଉଡ଼ିବାର ସମ୍ଭାବନା ରହିଛି। ସଂପ୍ରତି ଲଘୁଚାପ ବର୍ଷା ମଧ୍ୟରେ ଏସବୁ କାମ ଗୁଡିକ କରିବାରେ ବାଧକ ସାଜିଛି। ଯେଉଁ ସବୁ କାମ ସରୁଛି ତାହାକୁ ଅନଲାଇନ୍ ମାଧ୍ୟମରେ ସବୁ ଅବଗତ କରାଯାଉଛି ବୋଲି କହିଛନ୍ତି ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ।  ଯେତେ ଶୀଘ୍ର  ଏହି ୬୭ଟି ତ୍ରୁଟି ସୁଧାରିବା ପରେ ହିଁ  ପୁଣି ଡିଜିସିଏ ଟିମ୍ ଗସ୍ତ କରି ତନ୍ନ ତନ୍ନ କରି ପୁଣି ଯାଂଚ କରିବା ପରେ ହିଁ ଲାଇସେନସ୍ ମିଳିବ। ତା ପରେ ଯାଇ ଅବିଭକ୍ତ କୋରାପୁଟଜିଲ୍ଲାବାସୀଙ୍କର ଦୀର୍ଘ ଦିନର  ଆଶା ପୂରଣ ହୋଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe