ଖଣିରେ ଭଙ୍ଗାରୁଜା: ବିଧାୟକଙ୍କ ସମେତ ୬୯ ଜଣଙ୍କ ନାମରେ ମାମଲା

Advertisment
ଖଣିରେ ଭଙ୍ଗାରୁଜା: ବିଧାୟକଙ୍କ ସମେତ ୬୯ ଜଣଙ୍କ ନାମରେ ମାମଲା

ଯୋଡ଼ା: ଯୋଡ଼ା ବ୍ଲକ ବାମେବାରୀ ଥାନା ଅନ୍ତର୍ଗତ ଟାଟାଷ୍ଟିଲର ଖଣ୍ତବନ୍ଧ ଲୁହାପଥର ଖଣି ବିରୋଧରେ ଆନ୍ଦୋଳନ ଘଟଣାରେ ପୁଲିସ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ତାଙ୍କର ୬୯ ଜଣ ସମର୍ଥକଙ୍କ ନାମରେ ମାମଲା ରୁଜୁ କରିଛି। ସେମାନଙ୍କ ମଧୢରୁ ୪ ଜଣଙ୍କୁ ଗତ ୭ ତାରିଖରେ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଖଣିରେ ବିଧାୟକଙ୍କ ସମର୍ଥକମାନେ ଗତ ୫ ତାରିଖରେ ଆନ୍ଦୋଳନ ସମୟରେ ଖଣିରେ ପଶି ୮୦ ହଜାର ଟଙ୍କାର ଏକ ଡ୍ରିଲ ମେସିନ ଜାଳିଦେଇଥିଲେ। ମେସିନଟିକୁ ଲୁଟ କରିବା ପାଇଁ ଉଦ୍ୟମ କରିଥିବା ଉକ୍ତ ଖଣିରେ କାର୍ଯ୍ୟ କରୁଥିବା ସିକ୍ୟୁରିଟି କମ୍ପାନିର ମ୍ୟାନେଜର ଲମ୍ବୋଦର ମହାନ୍ତ ଲିଖିତ ଏତଲା ଦେଇଥିଲେ। ପୁଲିସ ଏହାକୁ ଭିତ୍ତିକରି ୧୫୨/୧୮ରେ ମାମଲା ରୁଜୁ କରିଛି। ମାମଲା ରୁଜୁ ହୋଇଥିବା ବିଧାୟକଙ୍କ ଖାସ ସମର୍ଥକଙ୍କ ମଧୢରେ ରହିଛନ୍ତି ଜଲହରି ସରପଞ୍ଚ ମିତା ମୁଣ୍ତା, ଜଜାଙ୍ଗର ସରପଞ୍ଚ ରତ୍ନମଣି ନାଏକ, ଜୁରୁଡ଼ି ସରପଞ୍ଚ ସୁଜାତା ହେମ୍ବ୍ରମ, ସମିତି ସଭ୍ୟ ଇନ୍ଦିରା ପାତ୍ର ଓ ତାଙ୍କର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ବିକାଶ ମହାନ୍ତି ଓ ସୁଶାନ୍ତ ରଥ। ଏ ସ˚ପର୍କରେ ବିଧାୟକଙ୍କ ଯୋଡ଼ା ପ୍ରତିନିଧି ରବିନାରାୟଣ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଘଟଣା ଦିନ ବିଧାୟକ ଭୁବନେଶ୍ବରରେ ଥିଲେ। ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe