ମଦ ବିକ୍ରିକୁ କେନ୍ଦ୍ର କରି ଲଢ଼େଇ: ବିଧାୟକ-ମଦ ବ୍ୟବସାୟୀ ମୁହାଁମୁହିଁ

Advertisment

ମଦ ବିକ୍ରିକୁ କେନ୍ଦ୍ର କରି ବନ୍ଧୁଗାଁ ବ୍ଲକରେ ଅପ୍ରୀତିକର ପରିସ୍ଥିତି। ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ତାଲା ପକାଇଛନ୍ତି ଲକ୍ଷ୍ମୀପୁର ବିଧାୟକ। ଯାହାକୁ ଆଦୌ ଗ୍ରହଣ କରିପାରିନାହାନ୍ତି ମଦ ବ୍ୟବସାୟୀ।

ମଦ ବିକ୍ରିକୁ କେନ୍ଦ୍ର କରି ବନ୍ଧୁଗାଁ ବ୍ଲକରେ ଅପ୍ରୀତିକର ପରିସ୍ଥିତି। ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ତାଲା ପକାଇଛନ୍ତି ଲକ୍ଷ୍ମୀପୁର ବିଧାୟକ। ଯାହାକୁ ଆଦୌ ଗ୍ରହଣ କରିପାରିନାହାନ୍ତି ମଦ ବ୍ୟବସାୟୀ।

dgdgcvcv

ବନ୍ଧୁଗାଁ/କୋରାପୁଟ: ମଦ ବିକ୍ରିକୁ କେନ୍ଦ୍ର କରି ବନ୍ଧୁଗାଁ ବ୍ଲକରେ ଅପ୍ରୀତିକର ପରିସ୍ଥିତି। ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ତାଲା ପକାଇଛନ୍ତି ଲକ୍ଷ୍ମୀପୁର ବିଧାୟକ। ଯାହାକୁ ଆଦୌ ଗ୍ରହଣ କରିପାରିନାହାନ୍ତି ମଦ ବ୍ୟବସାୟୀ। ପରସ୍ପରକୁ ଆକ୍ଷେପ କରିବା ପରେ ଥାନା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିବାଦ ପହଞ୍ଚିଛି। ଅନ୍ୟପଟେ ସାବିତ୍ରୀ ଅମାବାସ୍ୟାରେ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଶୀ ତଥା ବିଦେଶୀ ମଦ ବିକ୍ରି ବନ୍ଦ କରିବାକୁ ପୂର୍ବରୁ ଅବକାରୀ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ବିଧାୟକ ପବିତ୍ର ସାଉଁନ୍ତା। ତଥାପି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଯାହା ବିଧାୟକଙ୍କୁ ତତାଇ ଦେବାରୁ ଆଜି ବନ୍ଧୁଗାଁ ବ୍ଲକରେ ରହିଥିବା ଦେଶୀ ତଥା ବିଦେଶୀ ମଦ ଦୋକାନରେ ତାଲା ପକାଇ ଦେଇଛନ୍ତି। କଂଗ୍ରେସ କର୍ମୀଙ୍କ ସହ ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଦେଶୀ ମଦ ଦୋକନ ମାଲିକଙ୍କୁ ବାହାର କରିବା ପରେ ନିଜେ ନେଇଥିବା ନୂଆ ତାଲା ଦୋକାନରେ ପକାଇଥିଲେ। ଯଦି ପୁନର୍ବାର ଦୋକାନ ଖୋଲନ୍ତି ତେବେ ମାଡ଼ ମାରି ବାହାର କରାଯିବ ବୋଲି ଖୋଲାଖୋଲି ଚେତାବନୀ ଦେଇଥିଲେ। ଏହାପରେ ଦେଶୀ ମଦ ଭାଟିରେ ପହଞ୍ଚି ପୂର୍ବରୁ ପଡ଼ିଥିବା ତାଲାକୁ ଭାଙ୍ଗିଥିଲେ। ଭାଟିରେ ରହିଥିବା ବୟସ୍କ ମାଲିକଙ୍କୁ ତୁରନ୍ତ ସ୍ଥାନ ଛାଡ଼ି ଚାଲଯିବାକୁ କହିଥିଲେ। ତେବେ ବୃଦ୍ଧ ମାଲିକ ଫାଶୀ ଦେଲେ ବି ସ୍ଥାନ ଛାଡ଼ିବେ ନାହିଁ ବୋଲି ଅଡ଼ି ବସିଥିଲେ। ଶେଷରେ ଦୁଇ ଜଣ କଂଗ୍ରେସ କର୍ମୀ ଭାଟି ମାଲିକଙ୍କୁ ହାତ ଧରି ବାହାରକୁ ଆଣିଥିଲେ।

ବିଧାୟକ-ମଦ ବ୍ୟବସାୟୀ ମୁହାଁମୁହିଁ
ଦୋକାନ ଖୋଲିଲେ ମାଡ଼ ହେବ: ବିଧାୟକ
ବଟି ମାଗୁଥିବା ଅଭିଯୋଗ କଲେ ବ୍ୟବସାୟୀ

ଉଭୟ ଦୋକାନ‌ରେ ବିଧାୟକ ତାଲା ପକାଇବା ପରେ ବନ୍ଧୁଗାଁ ଥାନା ଏସ୍‌ଆଇ ବିଜୟ ମୁର୍ମୁ ଏବଂ ଅବକାରୀ ବିଭାଗ ଅଧିକାରୀ ଗୌରୀ ପଟ୍ଟନାୟକ ପହଞ୍ଚିଥିଲେ। ମଦ ଦୋକାନରେ ବିଧାୟକ ତାଲା ପକାଇବା ବିଷୟରେ ଜାଣିନଥିବା ଉଭୟ କହିଛନ୍ତି। ବିଧାୟକଙ୍କ ଏଭଳି ପଦକ୍ଷେପକୁ କିଛି ସଚେତନ ନାଗରିକ ସମର୍ଥନ କରୁଥିଲା ବେଳେ କିଛି ଜଣ ପ୍ରତିବାଦ ଜଣାଇଛନ୍ତି। ଜନପ୍ରତିନିଧି ଭାବେ ଆଇନ ହାତକୁ ନେବା ଅଧିକାର ନାହିଁ ବୋଲି କହିଛନ୍ତି। ସେହିପରି ମଦ ଦୋକାନ ବନ୍ଦ ପରେ ବ୍ୟବସାୟୀ ବି କଡ଼ା ପ୍ରତିବାଦ ଜଣାଇଛନ୍ତି। ବିଧାୟକଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଛନ୍ତି। ବିଧାୟକ ବାରମ୍ବାର ବଟି ମାଗି ଧମକ ଦେଉଥିଲେ। ବଟି ନ ଦେବାରୁ ଦୋକାନରେ ତାଲା ପକାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟାୟ ହୋଇଥିବା ଦର୍ଶାଇ ଥାନାରେ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫେରାଦ ହୋଇଛନ୍ତି। ଅଭିଯୋଗର ନକଲ ବିଭାଗୀୟ ସଚିବ, ମନ୍ତ୍ରୀ, ଏସ୍‌ପି ଓ ଅବକାରୀ ଅଧୀକ୍ଷକଙ୍କ ନିକଟକୁ ପଠାଇଛନ୍ତି। ବାରମ୍ବାର ଯୋଗାଯୋଗ ସତ୍ତ୍ବେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe