ମାଂସ ରାନ୍ଧିବାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ମାର୍‌ପିଟ

ମାଂସ ରାନ୍ଧିବାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ମାର୍‌ପିଟ

stlucianewsonline.com

ସମ୍ବଲପୁର : ବୁଧବାର ଧନକଉଡା ଅଞ୍ଚଳରେ ସାମାନ୍ୟ ମାଂସ ରାନ୍ଧିବାକୁ କେନ୍ଦ୍ର କରି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏ ନେଇ ମହିଳା ଜନକ ‘ସଖୀ’ ୱାନ ଷ୍ଟପ୍ ସେଣ୍ଟରର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ‘ସଖୀ’ ପକ୍ଷରୁ ଉଭୟ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ବୁଝାସୁଝା କରାଯିବା ସହ ଆପୋସ ସମାଧାନ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗ କରିଥିବା ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କର ଦ୍ଵିତୀୟ ସ୍ତ୍ରୀ। ତାଙ୍କ ପ୍ରଥମ ସ୍ତ୍ରୀଙ୍କର ତିନି ପିଲା ଥିବା ବେଳେ ଦ୍ଵିତୀୟ ସ୍ତ୍ରୀଙ୍କ ଗୋଟିଏ ଝିଅ ଅଛି। ପ୍ରଥମ ସ୍ତ୍ରୀଙ୍କର ତିନି ପିଲାଙ୍କୁ ଦ୍ଵିତୀୟ ସ୍ତ୍ରୀ ପାତରଅନ୍ତର କରୁଥିବା ନେଇ ମନାନ୍ତର ହୋଇଥିବା ବ୍ୟକ୍ତିଜଣକ କହିଛନ୍ତି। ତେବେ ସେ ନେଇ ସବୁବେଳେ ଝଗଡ଼ା ହେଉଥିବା ବେଳେ ବୁଧବାର ମାଂସ ଆଣି ରାନ୍ଧିବା ପାଇଁ ବ୍ୟକ୍ତି ଜଣକ କହିବାରୁ ମହିଳା ଜଣକ ରାଗି ଯାଇଥିଲେ। ଏହାପରେ ମାରପିଟ୍ ମଧ୍ୟ ହୋଇଥିଲା। ଉଭୟେ ଉଭୟଙ୍କୁ ମାରପିଟ କରିଥିବା ଜଣାପଡ଼ିଛି। ତେବେ ଉଭୟେ ନାରେ ଅଭିଯୋଗ କରିବାକୁ ମନା କରିଥିଲେ। ‘ସଖୀ’ ସହାୟତାରେ ଆପୋସ ବୁଝାମଣା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe