‘ଦେଶର ପ୍ରଗତି ପାଇଁ ସର୍ବଦା ସଂଘର୍ଷର ଆବଶ୍ୟକତା ରହିଛି’

Advertisment
‘ଦେଶର ପ୍ରଗତି ପାଇଁ ସର୍ବଦା ସଂଘର୍ଷର ଆବଶ୍ୟକତା ରହିଛି’
ଭଦ୍ରକ: ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଦେଶରେ ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଏକ କଳଙ୍କିତ ଅଧ୍ୟାୟ। ଦେଶର ପ୍ରଗତି ପାଇଁ ସର୍ବଦା ସଂଘର୍ଷର ଆବଶ୍ୟକତା ରହିଛି। ସମ୍ବିଧାନର ମର୍ଯ୍ୟାଦା ସୁରକ୍ଷିତ ରଖିବା ପାଇଁ ଓ ରାଷ୍ଟ୍ରର କଲ୍ୟାଣ ନିମନ୍ତେ ଦୁର୍ନୀତିର ଲୋପ ହେବା ଆବଶ୍ୟକ ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ବିଜେପିର ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ଆୟୋଜିତ' କଳା ଦିବସ ପାଳନ ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି।
ସ୍ଥାନୀୟ ସଂସ୍କୃତି ଭବନ ଠାରେ ରବିବାର ସନ୍ଧ୍ୟାରେ ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ଅମୂଲ୍ୟ କୁମାର ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ଓଡ଼ିଶା ରାଜ୍ୟ ସହ-ପ୍ରଭାରୀ ସାଂସଦ ବିଜୟ ପାଲ ସିଂ ତୋମାର, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ,  ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଭଦ୍ରକ ବାର ଆସୋସିଏସନର ସଭାପତି ନିରାକାର ଜେନା, ବରିଷ୍ଠ ନେତା ଲକ୍ଷ୍ମୀ ନାରାୟଣ ମହାପାତ୍ର ଯୋଗ ଦେଇ ଜରୁରୀକାଳୀନ ଅବସ୍ଥାରେ ଦେଶର ଆଭ୍ୟନ୍ତରୀଣ ରାଜନୈତିକ ପରିସ୍ଥିତି ଓ ନିଜର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ।
publive-image
ଏହି ଅବସରରେ ଉଭୟ ଶ୍ରୀ ଜେନା ଓ ଶ୍ରୀ ମହାପାତ୍ରଙ୍କୁ ସାଂସଦ ଶ୍ରୀ ତୋମାର ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଲଲାଟେନ୍ଦୁ ମହାନ୍ତି, ଦୁର୍ଗା ଶଙ୍କର ବିଶ୍ୱାଳ ଉଦବୋଧନ ଦେଇଥିଲେ।ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ,, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ,ଦଳର ମୁଖପାତ୍ର ଠାକୁର ରଣଜିତ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଦ୍ରି ନାରାୟଣ ଧଳ, ଭଦ୍ରକ ସଂସଦୀୟକ୍ଷେତ୍ରର ଦଳୀୟ ପ୍ରଭାରୀ ଚନ୍ଦ୍ର ଶେଖର ନନ୍ଦ, ସଂଯୋଜକ ଈଶ୍ୱର ଚନ୍ଦ୍ର ବେହେରାଙ୍କ ସମେତ ଦଳର ଜିଲାସ୍ତରୀୟ ପଦାଧିକାରୀ, ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।ଜିଲା ସଭାପତି ହେମନ୍ତ କୁମାର ପାଢୀ ଧନ୍ୟବାଦ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe