‘ସହରରେ ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନହେଲେ ଲଢେଇ ହେବ’

Advertisment
‘ସହରରେ ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନହେଲେ ଲଢେଇ ହେବ’

ରାଉରକେଲା: ରାଉରକେଲା ସେକ୍ଟର ୩ ଖଡ୍ଗ ଭବନ ପରିସରରେ ଗଂଜାମ-ଗଜପତି ବିକାଶ ପରିଷଦ ପକ୍ଷରୁ ସହିଦ ଚକରା ବିଶୋୟୀ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଚକରା ବିଷୋଇଙ୍କ ସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ, କବିସୂର୍ଯ୍ୟ ବଳଦେବ ରଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରସନ୍ନ କୁମାର ତ୍ରିପାଠୀ ଯୋଗଦେଇ ଦେଶ ପାଇଁ ବଳିଦାନ ଦେଇଥିବା ଓଡିଶାର ସୁପୁତ୍ର ମାନଙ୍କ ନିଷ୍ଠା, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ସର୍ବଦା ସମସ୍ତଙ୍କ ମନେ ରହିବ ବୋଲି କହିଥିଲେ। ପରିଷଦର ସଭାପତି ହାଡୁବନ୍ଧୁ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ କମ୍ୟୁନିଷ୍ଟ ଗୈାଡ ନିଜର ସଂପାଦକୀୟ ବିବରଣୀରେ ଗଂଜାମ-ଗଜପତିର ପବିତ୍ର ମାଟିରେ ଅନେକ ସୁଯୋଗ୍ୟ ସନ୍ତାନ ଜନ୍ମ ନେଇଥିଲେ ମଧ୍ୟ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।

ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରଜାଙ୍କ ପ୍ରତିମୂର୍ତ୍ତିଏପର୍ଯ୍ୟନ୍ତ ସହରର ଉଚିତ ସ୍ଥାନରେ ସ୍ଥାପତି ହୋଇପାରିନାହିଁ ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ପରିଷଦର ଉପ ସଭାନେତ୍ରୀ ଶ୍ରଦ୍ଧା ଷଡଙ୍ଗୀ ତାଙ୍କ ବକ୍ତବ୍ୟରେ ଆଜି ଓଡିଶାର ଇତିହାସରେ ପୃଷ୍ଠାରେ ଗଂଜାମର ରକ୍ତ ପ୍ରବାହିତ ହେଉଛି। ସେମାନଙ୍କ ବଳିଦାନ ଏଜାତି କେବେ ଭୁଲି ପାରିବ ନାହିଁ। ପାରଳା ମହାରାଜା, ବିଜୁବାବୁ, ବିନାୟକ ଆଚାର୍ଯ୍ୟ, ବିଶ୍ବନାଥ ଦାଶ, ନବୀନ ପଟ୍ଟନାୟକଙ୍କ ଭଳି ଅନେକ ଜନମାନସର ମଣିଷ ସୃଷ୍ଟି କରିଛି। କିନ୍ତୁ ପାରଳା ମହାରାଜା ଯିଏ ଓଡିଶାର ସୁତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ତାଙ୍କ ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ ହେଉ ନଥିବା ଯୋଗୁଁ ଆମେ ମର୍ମାହତ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କ୍ଷତ୍ରୀୟ ଖଣ୍ତାୟତ ମହାସଭାର ସଂପାଦକ ଶଶଧର ପାତ୍ର ଯୋଗଦେଇ ଗଂଜାମ–ଗଜପତି ବିକାଶ ପରିଷଦର ବିଭିନ୍ନ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁଲେଖକ, କବି ଦୂତୀକୃଷ୍ଣ ପାଢୀ କହିଲେ ଯେ ପାରଳା ରାଜାଙ୍କ ଠାରୁ ଆରମ୍ଭ କରି କବିସୂର୍ଯ୍ୟ ବଳଦେବ ରଥ ପର୍ଯ୍ୟନ୍ତ ସମସ୍ତଙ୍କ ନିଆରା ପରିଚୟ ରହିଛି ବୋଲି କହିଥିଲେ। ଶେଷରେ ରାମଚନ୍ଦ୍ର ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁରଲୀ ଧର ବାରିକ, ମନୋଜ କୁମାର ନନ୍ଦ, ମାନସ ପ୍ରୀତମ ରାଉତ, ଲୋକନାଥ ନାୟକ, ଯୁଗଳ କିଶୋର ବାଘ, ବିଘ୍ନରାଜ ପଣ୍ତା, ଭାଗିରଥୀ ଗୈାଡ, ରବିନ୍ଦ୍ର କୁମାର ବାରିକ, ପ୍ରଫୁଲ ବେହେରା, ବି.ନାୟକ, କେ. ଇିଷୋୟୀ, ପି.ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe