ଆଜି ୩ ରାଜ୍ୟସଭା ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ଦାଖଲ, ଅମର, ସସ୍ମିତ ଓ ଅଶ୍ବିନୀ ଦାଖଲ କରିବେ ପ୍ରାର୍ଥିପତ୍ର

Advertisment
ଆଜି ୩ ରାଜ୍ୟସଭା ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ଦାଖଲ, ଅମର, ସସ୍ମିତ ଓ ଅଶ୍ବିନୀ ଦାଖଲ କରିବେ ପ୍ରାର୍ଥିପତ୍ର

ଭୁବନେଶ୍ବର : ରାଜ୍ୟସଭା ୩ଟି ଆସନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥିପତ୍ର। ବିଜେଡିର ଦୁଇ ଜଣ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ। ସେହିପରି ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିନ ୧୨ଟାରୁ ୨ଟା ଭିତରେ ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଦୁଇଜଣଯାକ ପ୍ରାର୍ଥୀ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ମିନିଟ ସୁଦ୍ଧା ବିଧାନସଭା ବିଧି ପ୍ରକୋଷ୍ଠରେ ପହଞ୍ଚି ଆବଶ୍ୟକ କାଗଜ ପତ୍ର ପ୍ରସ୍ତୁତ କରି ରାଜ୍ୟସଭା ପ୍ରାର୍ଥିତ୍ବ ବାବଦରେ ୧୦ ହଜାର ଟଙ୍କା ଦାଖଲ କରିବେ। ପରେ ଦଳ ତରଫରୁ ନିର୍ଦ୍ଧିାରିତ ହୋଇଥିବା ସମୟରେ ବିଧାନସଭା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ପାଖରେ ଉଭୟ ସସ୍ମିତ୍ ପାତ୍ର ଓ ଅମର ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିବେ। ପରେ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe