ଠକେଇ ଅଭିଯୋଗରେ ଓଡ଼ିଆ ସିନେମା ‘ଅରୁନ୍ଧତୀ’ର ପ୍ରଯୋଜକ ଅଜିତାଭ ମଲ୍ଲିକ ଗିରଫ

Advertisment
ଠକେଇ ଅଭିଯୋଗରେ ଓଡ଼ିଆ ସିନେମା ‘ଅରୁନ୍ଧତୀ’ର ପ୍ରଯୋଜକ ଅଜିତାଭ ମଲ୍ଲିକ ଗିରଫ

ଭୁବନେଶ୍ୱର: ଘର ବିକ୍ରି ନାଁରେ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଆ ସିନେମା ‘ଅରୁନ୍ଧତୀ’ର ଅନ୍ୟତମ ପ୍ରଯୋଜକ ଅଜିତାଭ ମଲ୍ଲିକ ଗିରଫ ହୋଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ଡୁପ୍ଲେକ୍ସ ନିଜ ଘର ବିକିବା କହି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ବିକ୍ରି କରିବାକୁ କହିଥିଲେ। କୋଟିଏ ଟଙ୍କାରେ ଘର ବିକ୍ରି କରିବାକୁ କହିଥିଲେ ଅଜିତାଭ।
ଆସିଷ୍ଟାଣ୍ଟ ପ୍ରଫେସର ଏଥିରେ ରାଜି ହେବାରୁ ପ୍ରଥମେ ୨୫ ଲକ୍ଷ ଟଙ୍କାର ନଗଦ, ଏହାପରେ ବିଭିନ୍ନ ଆକାରରେ ମୋଟ୍ ୮୫ ଲକ୍ଷ ଟଙ୍କା ଆସିଷ୍ଟାଣ୍ଟ ପ୍ରଫେସରଙ୍କଠାରୁ ଅଜିତାଭ ନେଇଥିଲେ। କିନ୍ତୁ ଟଙ୍କା ନେବା ପରେ ଅଜିତାଭ ଘର ଦେଇନଥିଲେ କି ଆଉ ଧରାଛୁଆଁ ଦେଇନଥିଲେ। ୨୦୨୦ ମସିହାରୁ ଟଙ୍କା ନେଇଥିବା ବେଳେ ଏପର୍ଯ୍ୟନ୍ତ ଦେଖା ଦେଉନଥିଲେ।
ଏ ନେଇ ସଂପୃକ୍ତ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ଆଜି ପୁଲିସ ଅଭିଯୁକ୍ତ ଅଜିତାଭ ମଲ୍ଲିକଙ୍କୁ ଗିରଫ କରିଛି। ଅଜିତାଭ ଜଣେ ସହ କଳାକାର ଭାବେ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜଣାଯାଇଛି।

publive-image
ଉଲ୍ଲେଖଯୋଗ୍ୟ, ରଜନୀ ମୁଭିଜ୍ ବ୍ୟାନରରେ ନିର୍ମିତ ଅଜିତାଭ ମଲ୍ଲିକ ଓ ମୋନିକା ଦାସଙ୍କ ପ୍ରଯୋଜିତ ‘ଅରୁନ୍ଧତୀ’ ସିନେମାରେ ରାଜବୀର, ଏଲିନା ଓ ବବି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ଏହାର ସଂଳାପକାର ହେଲେ ଡକ୍ଟର ରଜନୀରଂଜନ। ଅଭିଜିତ୍ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe