ଖୁବ୍‌ ଶୀଘ୍ର ଆସିବ ଚଳଚ୍ଚିତ୍ର ନୀତି

Advertisment
ଖୁବ୍‌ ଶୀଘ୍ର ଆସିବ ଚଳଚ୍ଚିତ୍ର ନୀତି

ଭୁବନେଶ୍ୱର : ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ ଭାବେ କୁନା ତ୍ରିପାଠୀ ଦାୟିତ୍ୱ ନେଲା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସାକ୍ଷାତ କରିଥିଲେ। ରାଜ୍ୟରେ ଚଳଚ୍ଚିତ୍ରର ଭିତ୍ତିଭୂମି ବିକାଶ ନେଇ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଚଳଚ୍ଚିତ୍ରର ବିକାଶ ଦିଗରେ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର ମୁଖ୍ୟମନ୍ତ୍ରୀ ରାଜ୍ୟ ଚଳଚ୍ଚିତ୍ର ନୀତି ଘୋଷଣା କରିବେ। ସମ୍ଭବତଃ ୧୫ ଦିନ ଭିତରେ ଏହା ଘୋଷଣା ହୋଇପାରେ। ଶ୍ରୀ ତ୍ରିପାଠୀ ଆହୁରି ସୂଚନା ଦେଇଛନ୍ତି, କଳିଙ୍ଗ ଷ୍ଟୁଡିଓର ବିକାଶ ଓ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ସେପ୍ଟମ୍ବର ସୁଦ୍ଧା କାମ ଶେଷ ହୋଇ ସେଠାରେ ଫିଲ୍ମ ସୁଟିଂ ଆରମ୍ଭ ହେବ। ଚଳଚ୍ଚିତ୍ରର ବିକାଶ ପାଇଁ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅନେକ ପଦକ୍ଷେପ ନେବ। ପର୍ଯ୍ୟଟନର ବିକାଶରେ ଚଳଚ୍ଚିତ୍ରକୁ କିପରି ଉପଯୋଗ କରାଯାଇପାରିବ, ସେ ଦିଗରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଏହା କିଛି ପୁରୁଣା ସିନେମା ହଲ୍‌ର ପୁନରୁଦ୍ଧାର ପାଇଁ ମଧ୍ୟ ଯୋଜନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe