ଶିଶୁ ଯୌନ ଶୋଷଣକୁ ନେଇ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଚିଠି ଲେଖିଲେ ଏନ୍‌ଏଚ୍‌ଆରସି

Advertisment
ଶିଶୁ ଯୌନ ଶୋଷଣକୁ ନେଇ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଚିଠି ଲେଖିଲେ ଏନ୍‌ଏଚ୍‌ଆରସି

image source-ipleaders blog

ନୂଆଦିଲ୍ଲୀ: ଜାତୀୟ ମାନବ ଅଧିକାର କମିସନ୍‌ (ଏନ୍‌ଏଚ୍‌ଆରସି) ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟର ଆଶ୍ରୟ ଗୃହଗୁଡିକରେ ପିଲାମାନଙ୍କର ଉପଯୁକ୍ତ ତଥା ପର୍ଯ୍ୟାପ୍ତ ସୁରକ୍ଷା ତଥା ଯତ୍ନ ନେବା ପାଇଁ ଏ ପର୍ଯ୍ୟନ୍ତ ନିଆଯାଇଥିବା ସମ୍ଭାବ୍ୟ ପ୍ରତିକାର ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରି ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ  ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏଯାବତ୍ ଏହି ରିପୋର୍ଟ ଦାଖଲ ହୋଇ ନଥିବାରୁ କମିସନ୍ ରିପୋର୍ଟ ଦାଖଲ ଲାଗି ଅନ୍ତିମ ରିମାଇଣ୍ଡର ଜାରି କରିଛନ୍ତି।

ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ବିଚାର କରି ସର୍ବୋଚ୍ଚ ମାନବ ଅଧିକାର ପ୍ୟାନେଲ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆବେଦନରେ ଦର୍ଶାଯାଇଛି ଯେ ଓଡିଶାର ଢେଙ୍କାନାଳ ଜିଲ୍ଲା ବେଲ୍‌ଟିକିରିରେ ଥିବା ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟରର ଅନ୍ତେବାସୀମାନେ ଯୌନ ଶୋଷଣର ଶିକାର ହୋଇଥିଲେ। ଏଠାରେ ଶିଶୁ ଅଧିକାର ଉଲ୍ଲଂଘନ ହୋଇଥିଲା। ଓଡିଶାର ବିଭିନ୍ନ ସ୍ଥାନରେ ୨୨ଟି ଆଶ୍ରୟ ଗୃହ ଅଛି ଏବଂ ୮୦ ଟି ଆଶ୍ରୟ ଗୃହ ରହିଛି ଯେଉଁଠି ନିୟମର ସଠିକ୍‌ ଅନୁପାଳନ ବିନା ଚାଲୁଛି। ଏହି ଆଶ୍ରୟ ଗୃହଗୁଡିକରେ ପିଲାମାନଙ୍କର ଧର୍ମାନ୍ତରଣ କରାଯାଉଛି। ଏହି ଘଟଣାର ଯାଞ୍ଚରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଆଶ୍ରୟ ଗୃହର ସଠିକ୍‌ ଅନୁସନ୍ଧାନ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନକାରୀ ଆବେଦନ କରିଥିଲେ।

ଏହା ପୂର୍ବରୁ ତ୍ରିପାଠୀଙ୍କ ଦ୍ୱାରା ଓଡିଶାର ସରକାରୀ ସେବା ସେବାଶ୍ରମ ବିଦ୍ୟାଳୟରେ ଅନୁସୂଚିତ ଜାତିର ବାଳିକାଙ୍କ ସୁରକ୍ଷା ପାଇଁ ଦାଖଲ ହୋଇଥିବା ଅନ୍ୟ ଏକ ଆବେଦନ ଉପରେ କାର୍ଯ୍ୟ କରି ଚଳିତ ବର୍ଷ ଜାନୁଆରିରେ ଏନ୍‌ଏଚ୍‌ଆରସି ଏସସି/ଏସଟି ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଏବଂ ଶିଶୁ ବିକାଶ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe