ଆସିଲା ଚୂଡ଼ାନ୍ତ ରିପୋର୍ଟ: ବାତ୍ୟା ଫନିରେ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ

Advertisment
ଆସିଲା ଚୂଡ଼ାନ୍ତ ରିପୋର୍ଟ: ବାତ୍ୟା ଫନିରେ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ

Kanak News

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଗୁରୁବାର ବାତ୍ୟା ଫନି ଜନିତ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ରିପୋର୍ଟରେ ମୋଟ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏଥିରେ ସାଧାରଣ ସଂପତିର କ୍ଷତି ପ୍ରାୟ ୬ ହଜାର ୬୪୩ କୋଟି ୬୩ ଲକ୍ଷ ଟଙ୍କା ହୋଇଥିବା ବେଳେ ପ୍ରଭାବିତ ବ୍ୟକ୍ତିଙ୍କ ରିଲିଫ କାମ ପାଇଁ ୨ ହଜାର ୬୯୨ କୋଟି ୬୩ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି।

ତେବେ ଏନଡିଆରଏଫ ସହାୟତା ଅନୁସାରେ ୫,୨୨୭.୬୮ କୋଟି ଟଙ୍କା ରିଲିଫ ଓ ପୁନରୁଦ୍ଧାର ପାଇଁ ଆବଶ୍ୟକ ବୋଲି ସରକାର କହିଛନ୍ତି। ଗତ ମେ’ ମାସ ୩ ତାରିଖର ବାତ୍ୟା ଫନି ଯୋଗୁଁ ୧୪ଟି ଜିଲ୍ଲାର ୨୦,୩୬୭ ଗାଁରେ କ୍ଷୟକ୍ଷତି ଆକଳନ କରାଯାଇଛି। ବାତ୍ୟାରେ ୧.୬ କୋଟି ବ୍ୟକ୍ତି ପ୍ରଭାବିତ ହୋଇଥିବା ବେଳେ ୧.୮୮ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ଜଣାପଡିଛି। ମୋଟ ୫ ଲକ୍ଷ ୫୭ ହଜାର ୭୬୧ ଘର ଆଂଶିକ ବା ସଂପୂର୍ଣ୍ଣ ନଷ୍ଟ ହୋଇଛି।

ପ୍ରଳୟଙ୍କାରୀ ବାତ୍ୟା ଫୋନି ଯୋଗୁଁ ୬୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଥିବା ସରକାର ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ବିପର୍ଯ୍ୟୟ ମୁକାବିଲା ପାଇଁ ୧ ହଜାର ୩୫୭ କୋଟି ୧୪ ଲକ୍ଷ ଟଙ୍କା ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ପ୍ରଦାନ କରାଯାଇଛି। ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ପ୍ରଭାବିତ ଅଂଚଳ ପରିଦର୍ଶନ ପାଇଁ ଆସିଥିବା ବେଳେ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏହାପୂର୍ବରୁ ଫୋନି ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଥିବା ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦୦ କୋଟି ଟଙ୍କାର ସହୟତା ରାଶି ଓ ବାତ୍ୟା ପୂର୍ବରୁ ୩୪୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe