ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ସରୁଛି ପ୍ରଚାର

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ସରୁଛି ପ୍ରଚାର

ଭୁବନେଶ୍ବର: ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ପ୍ରଚାର ସରୁଛି । ଜୁନ୍ ୧ ଶନିବାର ୮ଟି ରାଜ୍ୟରେ ୫୭ ଲୋକସଭା ଆସନରେ ହେବ ମତଦାନ । ଭୋଟରଙ୍କୁ ମନେଇବା ପାଇଁ ବିଭିନ୍ନ ଦଳର ନେତା ମାରାଥନ ପ୍ରଚାର କରୁଛନ୍ତି। ଓଡ଼ିଶାର ମୟୂରଭଞ୍ଜ, ଜଗତସିଂପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ୬ଟି ଲୋକସଭା ଆସନରେ ଜୁନ୍ ୧ରେ ମତଦାନ ହେବ। ଏହା ସହିତ ଏସବୁ ସଂସଦୀୟ କ୍ଷେତ୍ରର ୪୨ଟି ବିଧାନସଭା ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ।

ପ୍ରଚାରର ଶେଷଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ୍ କ୍ୟାମ୍ପେନ୍ କରିବେ। ସେ ଭଦ୍ରକ ଧୁଷୁରୀ, ବାଲେଶ୍ବର ସିମୁଳିଆ, ଯାଜପୁର ସଦର ସମେତ ବରୀ ଓ ସୁକିନ୍ଦାରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe