ଫାଇନାନ୍ସ କମ୍ପାନି ଏଜେଣ୍ଟଙ୍କୁ ମାଡ଼ମାରି ଲୁଟ୍‌

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ- ଆମଝିର ରାସ୍ତାରେ ଜଣେ ଫାଇନାନ୍ସ କମ୍ପାନି ଏଜେଣ୍ଟଙ୍କଠାରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରି ଟଙ୍କା ସହ ଏକ ଟାବଲେଟ ଲୁଟି ନେଇଛନ୍ତି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ବୀରମହାରାଜପୁରସ୍ଥିତ ଭାରତ ଫାଇନାନ୍ସ କମ୍ପାନିର କର୍ମଚାରୀ ଅଜିତ କାଣ୍ଡ (୨୮ ବର୍ଷ) ବୁଧବାର ଆମଝିର ଗାଁକୁ ଋଣ କିସ୍ତି ଆଦାୟ ପାଇଁ ବାଇକ୍‌ରେ ଯାଉଥିଲେ। କିଛି ଦୂରରେ ୩ ଜଣ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ଦେଖି ସେ ଆଗକୁ ନଯାଇ ଫେରି ଆସିଥିଲେ।

ଉକ୍ତ ତିନି ବ୍ୟକ୍ତି ବାଇକ ଯୋଗେ ତାଙ୍କ ପିଛା କରିଥିଲେ। ରାସ୍ତାରେ ଅଜିତଙ୍କୁ ଅଟକାଇ ସେମାନେ ଭୁଜାଲି ଦେଖାଇ ମାଡ଼ ମାରିଥିଲେ। ତାଙ୍କ ପାଖରେ ଥିବା ୭୭ ହଜାର ୨୩୬ ଟଙ୍କା, ବାୟୋମେଟ୍ରିକ ମେସିନ, ଟାବଲେଟ୍ ଏବଂ କିଛି କାଗଜପତ୍ର ଲୁଟି ନେଇ ଫେରାର ମାରିଥିଲେ‌ ବୋଲି ଥାନାରେ ଅଭିଯୋଗ ହୋଇଛି। ଏନେଇ ଥାନା କେସ୍‌ ନଂ ୩୩/୨୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe