ଫାଇନାନ୍‌ସ କଂପାନି କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍‌

Advertisment
ଲୁଟେରାଙ୍କ ପତ୍ତା ପାଉନି ପୁଲିସ, ଦୁଇ ସପ୍ତାହରେ ୧୦ରୁ ଅଧିକ ଲୁଟ୍‌ପାଟ୍‌

Hari Bhoomi

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ରମ୍ଭେଇ ରାସ୍ତାରେ ଫାଇନାନ୍‌ସ କଂପାନିରେ କାର୍ଯ୍ୟରତ ୨ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟ୍‌ ହୋଇଥିବା ଗୁରୁବାର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସଂଧ୍ୟାରେ ଭାରତ ଫାଇନାନ୍‌ସ କଂପାନିରେ କାର୍ଯ୍ୟରତ ୨ କର୍ମଚାରୀ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ନିକଟରୁ ଋଣ ପରିଶୋଧ ଟଙ୍କା ନେଇ ବାଇକ ଯୋଗେ ବେଦଗଡ଼ ଅଭିମୁଖେ ଆସୁଥିଲେ। ପୁରୁକୁଣ୍ଡା- ରମ୍ଭେଇ ରାସ୍ତାରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ମାଡ଼ ମାରିବା ସହିତ ସେମାନଙ୍କ ନିକଟରୁ ୮୦ ହଜାର ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଏ ସଂପର୍କରେ କଂପାନି ପକ୍ଷରୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe