ବିଜେପି ପଦାଧିକାରୀଙ୍କ ଠାରୁ ମତାମତ ଲୋଡ଼ିଲେ ଅର୍ଥ ମନ୍ତ୍ରୀ

Advertisment
ଲାଗୁ ହେବ କି ‘ଗୋଟିଏ ଦେଶ-ଗୋଟିଏ ଆୟକର’? କଣ କହିଲେ ସୀତାରମଣ ?

pib

ଭୁବନେଶ୍ବର : ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟର ରୂପରେଖ ନିର୍ଦ୍ଧାରଣ ନିମନ୍ତେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଇତି ମଧ୍ୟରେ ପ୍ରାକ୍ ବଜେଟ ମତାମତ ଲୋଡ଼ିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ରବିବାର ସେ ୨୫ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଦଳୀୟ ପ୍ରତିନିଧି, ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ, ବୁଦ୍ଧିଜୀବୀ ଓ ଅର୍ଥନୈତିକ ସମୀକ୍ଷକଙ୍କ ସହ ନୂଆଦିଲ୍ଲୀରେ ବିଚାର ବିମର୍ଶ କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଦ୍ବାରା ଆୟୋଜିତ ଏହି ଆଲୋଚନାଚକ୍ରରେସାମୂହିକ ବିକାଶକୁ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରକୁ ସୁହାଇବା ଭଳି ଆଗାମୀ ବଜେଟର ରୂପରେଖ ନିର୍ଦ୍ଧାରଣ କରିବାକୁ ଅଧିକାଂଶ ଗୁରୁତ୍ୱ ଦେଇଥିଲେ। ଆଲୋଚନାଚକ୍ରରେ ଶ୍ରୀ ପଣ୍ଡାଙ୍କ ସହ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଓ ରାଷ୍ଟ୍ରୀୟ ପ୍ରବକ୍ତା ଗୋପାଳ କୃଷ୍ଣ ଅଗ୍ରୱାଲଙ୍କ ସମେତ ବିଭିନ୍ନ ରାଜ୍ୟର ବିଜେପି ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe