ଦୁର୍ବୃତ୍ତଙ୍କ ମାଡ଼ରେ ଫାଇନାନ୍ସ କର୍ମଚାରୀ ମୃତ

Advertisment
ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର

image source-india.com

ଝାରବନ୍ଧ : ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅମଠି ଠାରେ ଦୁର୍ବୃତ୍ତଙ୍କ ମାଡ଼ରେ ଜୀବନ ହାରିଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନି ଏସ୍‌କେଏସ୍‌ କମ୍ପାନି କର୍ମଚାରୀ ସୁବର୍ଣ୍ଣପୁର ଜିଲ୍ଲାର ବିଶ୍ବଜିତ । ବିଶ୍ବଜିତ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗ୍ରାମରୁ ଋଣ ଟଙ୍କା ଆଦାୟ କରି ପାଇକମାଳ କାର୍ଯ୍ୟାଳୟକୁ ଫେରୁଥିଲେ। ରାତିରେ ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଅମଠି ଠାରେ ଲୁହା ରଡ୍‌ରେ ମାଡ଼ ମାରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପରେ କିଛି ଲୋକ ତାଙ୍କ କାର୍ଯ୍ୟାଳୟକୁ ଖବର ଦେବା ପରେ ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲା ମେଡିକାଲ୍‌ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ତେବେ ବିଶ୍ବଜିତଙ୍କ ବ୍ୟାଗ୍‌ରେ ସେ ସଂଗ୍ରହ କରିଥିଲା ଲକ୍ଷେ ନବେ ହଜାର ଟଙ୍କା ସୁରକ୍ଷିତ ଥିଲା। କେଉଁ କାରଣରୁ ଏହି କାଣ୍ଡ ଘଟିଲା, ତାହା ପୁଲିସ୍‌ ଖୋଳତାଡ଼ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe