ଆର୍ଥିକ ସହାୟତା ପ୍ରସଙ୍ଗ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କାକଟପୁର ମଙ୍ଗଳାଙ୍କ ପୂଜକ

Advertisment
ଆର୍ଥିକ ସହାୟତା ପ୍ରସଙ୍ଗ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କାକଟପୁର ମଙ୍ଗଳାଙ୍କ ପୂଜକ

Odisha Bytes

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡ଼ିତ କାକଟପୁରର ମା ମଙ୍ଗଳା ମନ୍ଦିରର ସେବକ/ପୂଜକମାନେ ଆର୍ଥିକ ସହାୟତା ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ପ୍ରକାଶ କୁମାର ପଣ୍ଡା ଓ ଅନ୍ୟ ୧୪ଜଣ ସେବକଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ମାର୍ଚ୍ଚ ଶେଷ ସପ୍ତାହରୁ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଛି। କେବେ ସଂକ୍ରମଣ କମିବ ଓ କେବେ ସ୍ଥିତି ସୁଧୁରିବ ତାହା କହିବା ଏବେ କଷ୍ଟ। ଏଭଳି ସମୟରେ ମା ମଙ୍ଗଳା ମନ୍ଦିରର ସେବକମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାରୁ କେହି ଆସିବାର ନାହିଁ। ଭକ୍ତଙ୍କ ଦାନ ଓ ପୂଜାର୍ଚ୍ଚନାରୁ ସେବକମାନେ ରୋଜଗାର କରୁଥିବା ବେଳେ ପ୍ରାୟ ସାଢେ ୪ମାସେ ହେବ ସେବକଙ୍କ କିଛି ରୋଜଗାର ନାହିଁ। ସରକାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସେବକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡ଼ିତ ମା ମଙ୍ଗଳା ମନ୍ଦିରର ସେବକଙ୍କୁ କାହିଁକି ଅବହେଳା କରାଯାଉଛି ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଆବେଦନକାରୀ ସେବକଙ୍କ ସହିତ ମା ମଙ୍ଗଳା ମନ୍ଦିରର ସମସ୍ତ ସେବକଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏ ସହ‌ାୟତା ଲକ୍‌ଡାଉନ୍‌ ଆରମ୍ଭ ସମୟ ମାର୍ଚ୍ଚ ୨୦ରୁ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଏଥି ସହିତ ମା ମଙ୍ଗଳା ମନ୍ଦିରରେ କଟକଣା ମଧ୍ୟରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଦୋବତ୍ତର କମିସନର, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ କାକଟପୁର ମା ମଙ୍ଗଳା ମନ୍ଦିର ପରିଚାଳନା ଟ୍ରଷ୍ଟର ନିର୍ବାହୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe