Advertisment

Jajpur Education Department: ଯାଜପୁର ଶିକ୍ଷା ବିଭାଗରେ ଆର୍ଥିକ କେଳେଙ୍କାରୀ: ଭିଜିଲାନ୍‌ସ ତନାଘନା ପରେ ଗିରଫ ଭୟ ଘାରିଲା

Advertisment

ଯାଜପୁର ଜିଲ୍ଲାର କୋରେଇ ଶିକ୍ଷାମଣ୍ଡଳରେ କିଛି ଅବସରପ୍ରାପ୍ତ, ମୃତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ଚାକିରି ଥିବା ଦର୍ଶାଇ ସେମାନଙ୍କ ନାମରେ ୪ କୋଟି ୯୭ ଲକ୍ଷ ୫୫ ହଜାର ୫୧୦ ଟଙ୍କା ହଡ଼ପ କରାଯିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଯାଜପୁର ଜିଲ୍ଲାର କୋରେଇ ଶିକ୍ଷାମଣ୍ଡଳରେ କିଛି ଅବସରପ୍ରାପ୍ତ, ମୃତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ଚାକିରି ଥିବା ଦର୍ଶାଇ ସେମାନଙ୍କ ନାମରେ ୪ କୋଟି ୯୭ ଲକ୍ଷ ୫୫ ହଜାର ୫୧୦ ଟଙ୍କା ହଡ଼ପ କରାଯିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା।

vigilance

Photograph: (Metro Vaartha)

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ଶିକ୍ଷାମଣ୍ଡଳରେ କିଛି ଅବସରପ୍ରାପ୍ତ, ମୃତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ଚାକିରି ଥିବା ଦର୍ଶାଇ ସେମାନଙ୍କ ନାମରେ ୪ କୋଟି ୯୭ ଲକ୍ଷ ୫୫ ହଜାର ୫୧୦ ଟଙ୍କା ହଡ଼ପ କରାଯିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶୁକ୍ରବାରଠାରୁ ଏହି ଅଭିଯୋଗ ଉପରେ ଭିଜିଲାନ୍‌ସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଅଡିଟ୍‌ ରିପୋର୍ଟରୁ ଏ କଥା ସ୍ପଷ୍ଟ ହେବା ପରେ ଅର୍ଥ ହଡ଼ପ କରିଥିବା‌ ବାବୁମାନଙ୍କୁ ଗିରଫ ଭୟ ଘାରିଛି। କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆର୍ଥିକ ହେରଫେର ନେଇ ଆଭ୍ୟନ୍ତରୀଣ ଅଡିଟ୍‌ ରିପୋର୍ଟରୁ ପ୍ରମାଣ ମିଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ତିରୁମାଲା ନାଏକ ଗତ ୨୩ ଫେବ୍ରୁଆରି ୨୦୨୬ରେ ଯାଜପୁର ଜିଲ୍ଲାପାଳଙ୍କୁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ମହେଶ୍ବର ସାହୁ କୋରେଇ ଥାନା ଓ ଯାଜପୁର ଭିଜିଲାନ୍‌ସରେ ଏ ନେଇ ମାମଲା ରୁଜୁ କରିବାକୁ ଲିଖିତ ଅଭିଯୋଗ କରିଥିଲେ।

ବନ୍ଧାହେବେ ‌କୋରେଇ ବିଇଓଙ୍କ ସମେତ ପୂର୍ବତନ ଅଧିକାରୀ, ସମ୍ପର୍କୀୟ

ଗତ ୫ ତାରିଖରେ ଡିଇଓଙ୍କ ଅଭିଯୋଗ ଆଧାରରେ କୋ‌ରେଇ ମଣ୍ଡଳ ଶିକ୍ଷା ଅଧିକାରୀ ଦାୟିତ୍ବ‌ରେ ଥିବା ସୁଦର୍ଶନ ମଲ୍ଲିକଙ୍କ ସମେତ ୩ ଜଣ ପୂର୍ବତନ ବିଇଓ ଯଥା ସୁଶାନ୍ତ କୁମାର ଶତପଥୀ, ସୁମତି କୁମାରୀ ସାହୁ ଓ ଜଗବନ୍ଧୁ ଶତପଥୀ, ପୂର୍ବତନ କନିଷ୍ଠ କିରାଣି ବିଷ୍ଣୁପ୍ରସାଦ ଦାସ, ରମେଶଚନ୍ଦ୍ର ବଳ, ରାମଚନ୍ଦ୍ର ସାହୁ, ପୂର୍ବକୋଟ ୟୁଜିଏମ୍‌ଇ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଏବଂ ତାଙ୍କ ସଂପର୍କୀୟ ଓ ସହଯୋଗୀ ମାତୃପ୍ରସାଦ ମହାନ୍ତି, ଗୀତାରାଣୀ ମହାନ୍ତି, ଦିଲ୍ଲୀପ କୁମାର ମହାପାତ୍ର, ମୋନାଲିସା ପାଣିଙ୍କ ନାମରେ ମାମଲା ରୁଜୁ ହେବା ସହ ଭିଜିଲାନ୍‌ସ ପକ୍ଷରୁ ତନାଘନା ହୋଇଛି। ଅଡିଟ୍‌ ରିପୋର୍ଟ ଅନୁଯାୟୀ, ୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ କୋରେଇ ଶିକ୍ଷା ମଣ୍ଡଳ ଅଧୀନରେ ୧୯ ଜଣ ଅବସରପ୍ରାପ୍ତ ଓ ମୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚାକିରି ଥିବା ଦର୍ଶାଇ ୪୮୦ ଥରରେ ୪ କୋଟି ୯୭ ଲକ୍ଷ ୫୫ ହଜାର ୫୧୦ ଟଙ୍କା ଉଠାଣ କରାଯାଇଛି। ଏହିସବୁ ଟଙ୍କା ପୂର୍ବକୋଟ ୟୁଜିଏମ୍‌ଇ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ତାଙ୍କ ପୁତ୍ର ମାତୃପ୍ରସାଦ ମହାନ୍ତି, ଧର୍ମପତ୍ନୀ ଗୀତାରାଣୀ ମହାନ୍ତିଙ୍କ ସମେତ ତାଙ୍କ ଘରେ କାମ କରୁଥିବା ମୋନାଲିସା ପାଣି ଓ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଦିଲ୍ଲୀପ କୁମାର ମହାନ୍ତିଙ୍କ ଆକାଉଣ୍ଟକୁ ଯାଇଛି।

Vigilance: ଭିଜିଲାନ୍ସ ପଶିଲା, ଖଣି ଉପନିର୍ଦ୍ଦେଶକଙ୍କ ଗୁମର ଫିଟିଲା: ଘରେ ଥିଲା ୪.୨୮ କୋଟି

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତି କୋରେଇ ବିଇଓଙ୍କ କାର୍ଯ୍ୟାଳୟରେ ନନ୍-ଅଫିସିଆଲ୍‌ ଭାବେ ମାସିକ ବେତନ ବିଲ୍ ପ୍ରସ୍ତୁତ କରୁଥିଲେ। ଯାହାର ସୁଯୋଗ ନେଇ ସେ ପେନ୍‌ସନ୍‌ ପାଉଥିବା ସମ୍ପୃକ୍ତ ୧୯ ଜଣ ଅବସରପ୍ରାପ୍ତ ଓ ମୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାକିରିରେ ଥିବା ଦର୍ଶାଇ ଉପରୋକ୍ତ ପରିମାଣର ସରକାରୀ ଅର୍ଥକୁ ହରିଲୁଟ୍‌ କରିବାରେ ସାମିଲ ଥିଲେ। ଘଟଣା ସଂପର୍କରେ ଡିଇଓ ମହେଶ୍ବର ସାହୁ କହିଛନ୍ତି, ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରାଯାଉଛି, ଯିଏ ଦୋଷୀ ଥିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe