ବାପ ଛେଉଣ୍ଡ ୬ ବର୍ଷର ଝିଅକୁ ରକ୍ତକର୍କଟ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Advertisment

ସେହେନୱାଜ ୪ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବାରେ ଅସମର୍ଥ

ସେହେନୱାଜ ୪ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବାରେ ଅସମର୍ଥ

ବାପ ଛେଉଣ୍ଡ ୬ ବର୍ଷର ଝିଅକୁ ରକ୍ତକର୍କଟ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋୖରାଞ୍ଚଳ, ୭ ନମ୍ବର ୱାର୍ଡ, ଡ୍ୟାମବସ୍ତିରେ ରହିଆସୁଛନ୍ତି ବିଧବା ମହିଳା ସେହେନୱାଜ। ତାଙ୍କ ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି। ସେ ସିଲେଇ କରି ଅତି କଷ୍ଟରେ ଚଳୁଥିବାବେଳେ, ନା ତାଙ୍କର ଅଛି ନିଜର ଘରଟିଏ ନା ଅଛି ରାସନକାର୍ଡ। ୩ ପୁଅ ଝିଅ ମଧ୍ୟରେ ବଡ଼ପୁଅ ତବୀର ମଞ୍ଜର(୧୨ବର୍ଷ), ମଝିଆଁ ଝିଅ ମମତାହ ମଞ୍ଜର(୧୦ବର୍ଷ) ଓ ସାନ ପୁଅ ଏମଡି. ମିରଫ ମଞ୍ଜର(୬ ବର୍ଷ)। ସାନ ପୁଅ ମିରଫ ଜନ୍ମରୁ ରକ୍ତକର୍କଟ ରୋଗରେ ପୀଡିତ ଥିବାବେଳେ, ପ୍ରତି ୧୫ ଦିନରେ ତା ରକ୍ତ ବଦଳେଇବାକୁ ପଡୁଥାଏ ଏବଂ ଦୁଇମସରେ ଥରେ ଚିକିତ୍ସା ପାଇଁ ଦିଲ୍ଲୀ ଯିବାକୁ ପଡିଥାଏ। ତାଙ୍କର ନିଜର ଘରନଥିବାବେଳେ, ବଡ଼ବିଲର ଜଣେ ପରୋପକାରୀ ବଦାନ୍ୟ ବ୍ୟକ୍ତି ଲୋକ ତାଙ୍କୁ ରହିବାପାଇଁ ଘରଟିଏ ଦେଇଛନ୍ତି। ପ୍ରତିଥର ରକ୍ତ ବଦଳେଇବାପାଇଁ ତାଙ୍କୁ ଚମ୍ପୁଆ କିମ୍ବା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପଡୁଥିନବେଳେ ଥରକୁ ୧ ହଜାରରୁ ୧୫ ଶହ ଟଙ୍କା ଖର୍ଚ୍ଚ ହେଉଥିବାବେଳେ, ପ୍ରତି ଦୁଇ ମାସରେ ଦିଲ୍ଲୀ ଯାଇ ଚିକିତ୍ସା କରିବାପାଇଁ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ଜଣାଯାଇଛି।

ତେବେ ସିଲେଇ କରି ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଥିବାବେଳେ, ଦୁଇ ଛୁଆଙ୍କୁ ପାଠ ପଢେଇବା ଅସମ୍ଭବ ହୋଇପଡୁଛି। ସାନ ପୁଅ ମିରଫ ରକ୍ତକର୍କଟ ରୋଗରେ ପୀଡିତ ଥିବାରୁ ସେ ଏଯାଏ ବିଦ୍ୟାଳୟର ମାଟିମାଡି ନାହିଁ। ଆଜିଯାଏ ସେହେନୱାଜଙ୍କୁ ବଡ଼ବିଲର କିଛି ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଯୋଗାଇଆସୁଥିବାରୁ ସାନପୁଅ ମିରଫ ବଂଚି ରହିଥିବାବେଳେ ଅନ୍ୟ ଦୁଇ ସନ୍ତାନ ବିଦ୍ୟାଳୟରେ ଅଧ୍ୟୟନ କରିପାରୁଥିବା କହିଛନ୍ତି ସେହେନୱାଜ। ବିଧବା ଭତ୍ତା ପାଇଁ ବଡ଼ବିଲ ପୌର କାର୍ଯ୍ୟାଳୟରେ ଆବେଦନ କରିଥିଲେହେଁ ଏଯାଏ ଭତ୍ତା ପାଇପାରିନାହାନ୍ତି। ଭତ୍ତା ନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ପଚାରାଯିବାରୁ ସେ ପ୍ରକାଶ କରିଥିଲେ ଯେ ଏବେ ଅଭିଯୋଗ ପାଇଲି ଖୁବ ଶୀଘ୍ର ତାଙ୍କର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

। ଖୁବଶୀଘ୍ର ପିଡିତା ପରିବାରକୁ ସର୍ବନିମ୍ନ ରାସନ କାର୍ଡ, ବିଧବା ଭତ୍ତା ଓ ବିଜୁସ୍ୱାସ୍ଥ୍ୟ କାର୍ଡ ଯୋଗାଇଦିଆ ନଗଲେ ରକ୍ତକର୍କଟ ରୋଗରେ ଆକ୍ରାନ୍ତ ଥିବା ନାବାଳକର ଜୀବନ ପ୍ରତି ବିପଦ ଥିବାବେଳେ, ଅନ୍ୟ ଦୁଇ ସନ୍ତାନ ପାଠ ପଢ଼ାରୁ ବଂଚିତ ହେବାସହ ୪ ପ୍ରାଣୀ କୁଟୁମ୍ବଙ୍କ ଭବିଷ୍ୟତ ନେଇ ଆଶଙ୍କାରେ ସେହେନୱାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe