ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସିରେ ଆର୍ଥିକ ଅନିୟମିତତା ଘଟଣା: ‘ମିତ୍ରଭାନୁ ଓ ଆଶିଷଙ୍କୁ ତଦନ୍ତ ପରିସରଭୁକ୍ତ କର’

Advertisment

କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସିରେ ‌ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଗିରଫ ହୋଇଛନ୍ତି। ଏହି ମାମଲାରେ କେନ୍ଦୁଝରର ପୂର୍ବତନ ଜିଲ୍ଲାପାଳ...

କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସିରେ ‌ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଗିରଫ ହୋଇଛନ୍ତି। ଏହି ମାମଲାରେ କେନ୍ଦୁଝରର ପୂର୍ବତନ ଜିଲ୍ଲାପାଳ...

ddgdgcvcv

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସିରେ ‌ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଗିରଫ ହୋଇଛନ୍ତି। ଏହି ମାମଲାରେ କେନ୍ଦୁଝରର ପୂର୍ବତନ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଓ ପୂର୍ବତନ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଇଓଡବ୍ଲ୍ୟୁ ନିକଟରେ ଦାବି କରାଯାଇଛି। 

ଇଓଡବ୍ଲ୍ୟୁରେ ଫେରାଦ ‌ହେଲେ ସାମାଜିକ କର୍ମୀ

ସାମାଜିକ କର୍ମୀ ଶଶିଭୂଷଣ ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ପାକଳ, ମନୋରଞ୍ଜନ ସାହୁ ପ୍ରମୁଖ ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟ ଯାଇ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁରେ ଲିଖିତ ଅଭିଯୋଗ କରିବା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହାର ନକଲ ପ୍ରଦାନ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସିରେ ହୋଇଥିବା ଆର୍ଥିକ ଅନିୟମିତତା ଘଟଣାରେ କେବଳ ରାଜା ଚକ୍ରଙ୍କ ସଂପୃକ୍ତି ନ ଥିଲା, ତତ୍କାଳୀନ ଏସ୍‌ପି ମିତ୍ରଭାନୁ ମହାପାତ୍ର ଓ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ମଧ୍ୟ ସମ୍ପୃକ୍ତି ଥିଲା। ରାଜାଙ୍କ ଦ୍ବାରା ‌ଏହି ଦୁଇ ପ୍ରଶାସକ ଲାଭବାନ ହେଉଥିଲେ। ଇଓଡବ୍ଲ୍ୟୁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରୁ ବୋଲି ସେମାନେ ଦାବି ଜଣାଇଛନ୍ତି।

ପୂର୍ବରୁ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମଧ୍ୟ ଏହି ଘଟଣାରେ କେବଳ ରାଜା ଚକ୍ର ନୁହନ୍ତି ବରଂ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଓ ତତ୍କାଳୀନ ଏସ୍‌ପି ମିତ୍ରଭାନୁ ମହାପାତ୍ର ସାମିଲ ଥିଲେ ବୋଲି ବୟାନ ଦେଇଥିଲେ। କେନ୍ଦୁଝର ଜିଲ୍ଲାରେ ଏଭଳି ବଡ଼ ଧରଣର ଅନିୟମିତତା ପ୍ରଶାସନର ସହଯୋଗ ବିନା ସମ୍ଭବ ନୁହେଁ। ଏଥିପାଇଁ ରାଜା ଚକ୍ରଙ୍କ ସୁରକ୍ଷା କବଚ ଭାବେ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଓ ତତ୍କାଳୀନ ଏସ୍‌ପି ମିତ୍ରଭାନୁ ମହାପାତ୍ର ରହିଥିଲେ। ଜିଲ୍ଲାରେ ଖଣିଖାଦାନ ସମସ୍ୟା ନେଇ ଯଦି କେହି ପ୍ରଶାସନ ପାଖକୁ ଆସୁଥିଲେ, ରାଜାଙ୍କ ସହିତ କଥା ହେବାକୁ ତତ୍କାଳୀନ ଏସ୍‌ପି କହୁଥିଲେ। ତେଣୁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ବିଧାୟକ ଶ୍ରୀ ପାତ୍ର ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe