RBI Photograph: (Sambad.in)
ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଦ୍ୱାରା ଜାଗମରା ଠାରେ ଆୟୋଜିତ ପଥ ଉତ୍ସବରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଭିନ୍ନ ଧରଣର ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ଆଦି ଉପରେ ଲୋକମାନଙ୍କୁ ଆର୍ଥିକ ବାର୍ତ୍ତା ଦେବା ସହ ବିଭିନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଇଥିଲେ। ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଏକ ନୁକଡ଼ ନାଟକ ପରିବେଷଣ କରାଯାଇଥିଲା। ଆର୍ଥିକ ସ୍ଵାକ୍ଷରତା ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଆଯୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ବୟସର ଲୋକମାନେ ଭାଗନେଇ ପୁରସ୍କାର ଜିତିଥିଲେ। ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା।
ଆହୁରି ପଢନ୍ତୁ- Trump Invites India: ଟ୍ରମ୍ପଙ୍କ ଗାଜା ଶାନ୍ତି ବୋର୍ଡ଼ରେ ସାମିଲ ହେବା ପାଇଁ ଭାରତକୁ ନିମନ୍ତ୍ରଣ
ଏହି କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହଯୋଗରେ ଆରବିଆଇର ଆର୍ଥିକ ସ୍ଵାକ୍ଷରତା ଷ୍ଟଲ୍ଠାରେ ମଇଳା/ ଚିରା ଫଟା ନୋଟ୍ ବଦଳାଇବା ସୁବିଧା ଦିଆଯାଇଥିଲା। ଆସନ୍ତା ଫେବ୍ରୁଆରି ୧ରେ ଇନଫୋସିଟି ଠାରେ ଆୟୋଜିତ ହେବାକୁ ଯାଉଥିବା ପଥ ଉତ୍ସବରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଷ୍ଟଲରେ ମଇଳା/ ଚିରା ଫଟା ନୋଟ୍ ବଦଳାଇବା ସୁବିଧା ପ୍ରଦାନ କରାଯିବ। ଲୋକମାନେ ରିଜର୍ଭ ବ୍ୟାଙ୍କର ଏହି ଷ୍ଟଲ୍ ପରିଦର୍ଶନ କରି ବିଭିନ୍ନ ଆର୍ଥିକ ସଚେତନତା ବାର୍ତ୍ତା ଜାଣିପାରିବେ ଓ ନିଜର ମଇଳା/ ଚିରାଫଟା ନୋଟ ବଦଳାଇପାରିବେ।
ଆହୁରି ପଢନ୍ତୁ- Manipur Gang-Rape Victim Dies: ମଣିପୁର ହିଂସା: ୩ ବର୍ଷର ଯନ୍ତ୍ରଣା ସହି ସହି ଶେଷରେ ଆଖି ବୁଜିଦେଲେ କୁକି ଗଣଦୁଷ୍କର୍ମ ପୀଡ଼ିତା...
Follow Us