ପଦାରେ ଛେପ ପକାଇଲେ ଦେବାକୁ ପଡିବ ଜରିମାନା, ଆଜିଠାରୁ ସାରା ରାଜ୍ୟରେ ପାଳନ ହେବ ଏହି କଟକଣା

ପଦାରେ ଛେପ ପକାଇଲେ ଦେବାକୁ ପଡିବ ଜରିମାନା, ଆଜିଠାରୁ ସାରା ରାଜ୍ୟରେ ପାଳନ ହେବ ଏହି କଟକଣା

Times of India - Indiatimes

ଭୁବନେଶ୍ବର : କୋଭିଡ୍-୧୯ ସଂକ୍ରମଣ କବଳରୁ ଓଡ଼ିଶାକୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ପ୍ରତିଟି ପଦକ୍ଷେପ ଉପରେ କଠୋର ନିଷ୍ପତ୍ତି ନେବା ଆରମ୍ଭ କଲେଣି। ବାହାରକୁ ଗୋଡ଼ କାଢ଼ିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏହାର ଅନୁପାଳନକୁ କଡ଼ାକଡ଼ି କରିବାକୁ ଦଣ୍ଡବିଧାନ ବି କରାଯାଇଛି।

ଏବେ ଏ ଦିଗରେ ଆଉ ପାଦେ ସରକାର ଆଗକୁ ଯାଇଛନ୍ତି। ଆଜିଠାରୁ ବାହାରେ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି। ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇ ସେମାନଙ୍କ ସହରରେ ଲାଗୁ କରିଥିଲେ। ଆଜିଠାରୁ ଏହି କଟକଣା ସାରା ରାଜ୍ୟରେ ପାଳନ ହେବ ବୋଲି ସରକାର ନିର୍ଦେଶନାମା ପ୍ରକାଶ କରିଛନ୍ତି। ଆଜି ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରେ ମାସ୍କଭଳି ସମାନ ଦଣ୍ଡ ବିଧାନ କରାଯାଇଛି। ସରକାର କହିଛନ୍ତି ଯେ ଯଦି କେହି ଏହି ନିର୍ଦେଶନାମାର ଅମାନ୍ୟ କରି ବାହାରେ ଛେପ ପକାଇବା ଦେଖାଯାଏ, ତେବେ ପ୍ରଥମ ତିନି ଥର ପାଇଁ ୨୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ହେବ। ଏହା ପରେ ପ୍ରତି ଥର ପାଇଁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ।

କିଏ ଏହି ଜରିମାନା ଆଦାୟ କରିପାରିବେ ସେ ନେଇ ମଧ୍ୟ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ବ୍ଲକ ସଂପ୍ରସାରଣ ଅଧିକାରୀ, ଏଏସଆଇ, ଅତିରିକ୍ତ ତହସିଲଦାର ଓ ଵାର୍ଡ ଅଫିସରମାନେ ଏହି ଫାଇନ ଆଦାୟ କରିପାରିବେ ବୋଲି ସରକାର କହିଛନ୍ତି। ପୂର୍ବରୁ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ ଯେ କାଶିଲେ ୧୯ ଫୁଟ ଓ ଛିଙ୍କିଲେ ୨୯ ଫୁଟ ପର୍ଯ୍ୟନ୍ତ କଣିକା ବିଛା଼ଡିହୋଇ ପଡ଼ିଥାଏ। କରୋନା ଭଳି କ୍ଷେତ୍ରରେ ଏହା ଘାତକ ସାବ୍ୟସ୍ତ ହୋଇପାରେ। ସେହିଭଳି ସର୍ବସାଧାରଣ ଛେପ ପକାଇଲେ ବି ଏହା ବ୍ୟାପିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe