ଭବାନୀପାଟଣା : କେନ୍ଦୁଝର ଆର୍ଟିଓଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଦେଉଣ୍ଡି ଗ୍ରାମର ଜଣେ ବାଇକ୍ ମାଲିକଙ୍କ ନାମରେ ୯ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନୋଟିସ୍ ଆସିଛି। କେନ୍ଦୁଝରର ବାଉଁଶୁଲିରେ ଆର୍ଟିଓ ପକ୍ଷରୁ ଏକ ଟ୍ରକ୍କୁ ଅଟକାଇ ଜରିମାନା କରାଯାଇଥିଲା। କିନ୍ତୁ ଏକ ବାଇକ୍ ନମ୍ବରରେ ଜରିମାନା କଟା ଯାଇଥିବାକୁ ବାଇକ୍ ମାଲିକ ଆଶ୍ଚର୍ଯ୍ୟ ହୋଇଛନ୍ତି।
ବାଉଁଶୁଲିଠାରେ ଆର୍ଟିଓ ପକ୍ଷରୁ ଧରପଗଡ଼ ବେଳେ ଏକ ଟ୍ରକ୍କୁ ଅଟକାଇ ୯ ହଜାର ଟଙ୍କା ଜରିମାନା କରାଯାଇଛି। କିନ୍ତୁ କଳାହାଣ୍ଡି ଜିଲ୍ଲାର ଜଣେ ମାଲିକଙ୍କ ବାଇକ୍ ନମ୍ବରରେ ଉକ୍ତ ଜରିମାନା ଆଦାୟ ପାଇଁ ନୋଟିସ୍ ଆସିଛି। ମାଲିକ ଜଣକ ଜୁନାଗଡ଼ ବ୍ଲକ୍ ଦେଉଣ୍ଡ ଗ୍ରାମର କୁମୁଦ ରଞ୍ଜନ ବେହେରା ଅଟନ୍ତି। ତାଙ୍କ ବାଇକ୍ (ଓଡି୦୮ପି-୧୦୫୦) କଳାହାଣ୍ଡିରେ ଥିବା ବେଳେ କିଭଳି କେନ୍ଦୁଝରରୁ ଜରିମାନା ନୋଟିସ୍ ଆସିଲା ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦୁଝର ଆର୍ଟିଓ ଏନେଇ ପଦକ୍ଷେପ ନନେଲେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।
Follow Us