Tobacco Free CA
କଟକ : ଅନ୍ଲାଇନ୍ କିମ୍ବା ଦୋକାନରେ ଇ-ସିଗାରେଟ୍ ବିକ୍ରି ଏଣିକି ଧର୍ତ୍ତବ୍ୟ ଅପରାଧ ଭାବେ ପରିଗଣିତ ହେବ। କେନ୍ଦ୍ର ସରକାରଙ୍କ ନୂଆ କଟକଣା ଜାରି ସତ୍ତ୍ବେ ଓଡ଼ିଶା ବଜାରରେ ସହଜରେ ଉପଲବ୍ଧ ହେଉଛି ଇ-ସିଗାରେଟ୍। ଏଭଳି ସାମଗ୍ରୀକୁ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି କ୍ରାଇମ୍ବ୍ରାଞ୍ଚ। ବ୍ୟବସାୟୀଙ୍କ ନିକଟରେ ପୁରୁଣା ଷ୍ଟକ୍ ଥିଲେ ବିଳମ୍ବ ନକରି ତୁରନ୍ତ ନିକଟସ୍ଥ ପୁଲିସ ଥାନାରେ ନିଜ ଆଡ଼ୁ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଜମା ନଦେଇ ବେଆଇନ ଭାବେ ଇ-ସିଗାରେଟ୍ ବିକ୍ରି କରୁଛନ୍ତି, ସେମାନଙ୍କୁ ଗିରଫ କରିବା ପାଇଁ କ୍ରାଇମ୍ବ୍ରାଞ୍ଜ ପକ୍ଷରୁ ସମସ୍ତ ଜିଲ୍ଲା ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ନୂଆ କଟକଣାକୁ ଆଧାର କରି ଏକ ମାସ କାଳ ଜନସଚେତନା ଏବ˚ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଜିଲ୍ଲା ପୁଲିସ ଉଦ୍ଦେଶ୍ୟରେ ଜାରି କରିଥିବା ନିର୍ଦ୍ଦେଶାବଳୀରେ ଦର୍ଶାଇଛନ୍ତି ଯେ, ଇ-ସିଗାରେଟ୍ ନିଷେଧାଦେଶ ଆଇନର ଧାରା ୪ ଓ ୫ରେ ଦଣ୍ତ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଧାରା ୬ରେ ନିଷିଦ୍ଧ ସାମଗ୍ରୀଗୁଡ଼ିକ ପୁଲିସ୍ ଖୋଜିବା ଏବ˚ ଜବତ କରିବା ସମୟରେ କି ପ୍ରକାର ଆଇନଗତ ଦିଗକୁ ନଜରରେ ରଖିବ, ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଧାରା ୭ ଓ ୮ରେ ଦଣ୍ତବିଧାନ, ଧାରା ୩(ବି)(ଆଇ)ରେ ପୁଲିସ ଏସ୍ଆଇରୁ ତଳ ପାହ୍ୟାର ଅଧିକାରୀ ଏ ପ୍ରକାର ମାମଲାର ତଦନ୍ତ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଯଦି କୌଣସି ବ୍ୟକ୍ତି ଏ ପ୍ରକାର ନିଷିଦ୍ଧ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି, ପରିବହନ, ବଣ୍ଟନ ବିଜ୍ଞାପନ ଇତ୍ୟାଦିରେ ସମ୍ପୃକ୍ତ ଥିବେ, ତେବେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ତ କିମ୍ବା ଏକ ଲକ୍ଷ ଟଙ୍କାର ଅର୍ଥ ଦଣ୍ତରେ ଦଣ୍ତିତ କରାଯିବ। ନଚେତ ଉଭୟ ଦଣ୍ତରେ ଦଣ୍ତିତ କରାଯିବ। ସମାନ ଧରଣର ଅପରାଧ ପୁଣି ଘଟାଇଲେ ୩ ବର୍ଷ ଯାଏ ଜେଲ୍ ଦଣ୍ତ ଏବ˚ ୫ ଲକ୍ଷ ଟଙ୍କାର ଅର୍ଥ ଦଣ୍ତରେ ଦଣ୍ତିତ କରାଯିବ। ଏହା ଧର୍ତ୍ତବ୍ୟ ଅପରାଧ ରୂପେ ବିବେଚନା କରାଯିବ। ସେହିପରି ଇ-ସିଗାରେଟ୍ ଗଚ୍ଛିତ କରି ରଖିଲେ ୬ ମାସ ଯାଏ ଜେଲ ଦଣ୍ତ କିମ୍ବା୧୫ ହଜାର ଟଙ୍କାର ଅର୍ଥ ଦଣ୍ତ ଦେବାକୁ ପଡ଼ିବ। କିମ୍ବା ଉଭୟ ଦଣ୍ତରେ ଦଣ୍ତିତ କରାଯିବାକୁ ଜିଲ୍ଲା ପୁଲିସକୁ ଏଡିଜି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଅନ୍ଲାଇନ୍ ସପି˚ େଵବ୍ସାଇଟ୍ଗୁଡ଼ିକରେ ଏବେ ବି ଓଡ଼ିଶାରେ ଇ-ସିଗାରେଟ୍ ଡେଲିଭରି ହେଉଥିବାରୁ, ସେଭଳି କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଜିଲ୍ଲା ଏସ୍ପି/ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିବା କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟରୁ ସୂଚନା ମିଳିଛି।
Follow Us