Advertisment

୩୦ ଫୁଟ୍‌ ବ୍ୟବଧାନରେ ନବସିଲେ ତଣ୍ଡ

Advertisment
୩୦ ଫୁଟ୍‌ ବ୍ୟବଧାନରେ ନବସିଲେ ତଣ୍ଡ

ବୌଦ୍ଧ : କରୋନା ସଂକ୍ରମଣରେ ‘ଏ’ ବର୍ଗରେ ଥିବା ବୌଦ୍ଧ ଜିଲ୍ଲା ପାଇଁ ଲକ୍‌ଡାଉନରେ କୋହଳ କରାଯାଇଛି। ଗୁରୁବାରଠାରୁ ଦୋକାନ ବଜାର ଖୋଲିବା ସମୟ ସୀମାରେ ବୃଦ୍ଧି ଘଟିଛି। ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସରକାରଙ୍କ ତାଲିକାଭୁକ୍ତ ଥିବା ଦୋକାନଗୁଡ଼ିକ ଖୋଲା ରହିଛି। ବୌଦ୍ଧ ଜିଲ୍ଲା ବର୍ତ୍ତମାନ ‘ଏ’ ବର୍ଗରେ ରହିଥିଲେ ସୁଦ୍ଧା ବିପଦ ଟଳି ନାହିଁ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏନ୍‌ଏସି ପ୍ରଶାସନ କୋଭିଡ ନିର୍ଦ୍ଦେଶାବଳୀକୁ ତଦାରଖ କରୁଛି।

ଏନ୍‌ଏସି ପକ୍ଷରୁ ଗୁରୁବାର ସକାଳେ ଗାନ୍ଧୀଛକ ଅଞ୍ଚଳରେ ଚାଲିଥିବା ଅସ୍ଥାୟୀ ଦୈନିକ ପରିବା ବଜାର ଉପରେ ଚଢ଼ଉ କରାଯାଇଛି। ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡାଙ୍କ ତତ୍ବାବଧାନରେ ଅଧିକାରୀ ଓ କର୍ମଚାରୀ ଫିତାରେ ମାପି ୩୦ ଫୁଟ୍‌ ବ୍ୟବଧାନରେ ଦୋକାନୀମାନେ ବସିବା ସ୍ଥାନ ଚିହ୍ନଟକରଣ କରିଛନ୍ତି। ଅସ୍ଥାୟୀ ବଜାରକୁ ଭୈରବୀ ଛକଠାରୁ ମୁଖ୍ୟ ଡାକଘର ଛକ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ବ୍ୟବଧାନ ରକ୍ଷା କରିବା ପାଇଁ ଅନୁରୋଧ କରାଯିବା ସହ ଖିଲାପ କଲେ ତଣ୍ଡ ଆଦାୟ କରାଯିବ ବୋଲି ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି। ଆଜିର ଚଢ଼ଉରେ ୱାର୍ଡ ଅଧିକାରୀ ରତିକାନ୍ତ ମହାପାତ୍ର, ଭାଗିରଥି କର୍ଣ୍ଣ, ମିଥୁନ ମୁଖି ପ୍ରମୁଖଙ୍କ ସହ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe