ବେଆଇନ ବାଲି ଓ ଚିପ୍ସ ବୋଝେଇ ଗାଡ଼ି ଉପରେ ଚଢ଼ଉ, ୧ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ

ବେଆଇନ ବାଲି ଓ ଚିପ୍ସ ବୋଝେଇ ଗାଡ଼ି ଉପରେ ଚଢ଼ଉ, ୧ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ

ଉତ୍କେଲା : କେସିଙ୍ଗା ବ୍ଲକର ଛେନାଗାଁ ଓ କେସିଙ୍ଗା ବାଲିଘାଟରୁ ବିନା ରସିଦରେ ବୁଧବାର ଦିନ ବେଳେ ହାଇୱା ଯୋଗେ ବାଲି ତଥା ଭବାନୀପାଟଣା ବ୍ଲକ ଯମୁନାବାହାଲ ଗ୍ରାମର କ୍ରସରରୁ ଚିପ୍ସ ଚୋରଚାଲାଣ ହେଉଥିଲା। ଉକ୍ତ ଗାଡ଼ିଗୁଡ଼ିକ ଉପରେ କେସିଙ୍ଗା ତହସିଲ୍‌ ଅଫିସ୍‌ର ରାଜସ୍ବ ପରିଦର୍ଶକ ଅଜୟରାଜ ଶିଖା ଚଢ଼ଉ କରି ପ୍ରାୟ ୧ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁସାରେ, ଛେନାଗାଁ ବାଲିଘାଟରୁ ଦୁଇଟି ହାଇୱା (ଓଡି ୦୨ବିପି-୯୧୬୬ ଓ ଓଡି ୦୨ବିପି-୯୨୬୬) ଯୋଗେ ବାଲି ଚୋରା ଚାଲାଣ ହେଉଥିଲା। ସେହିପରି ଯମୁନାବାହାଲ କ୍ରସରରୁ (ଓଡି ୧୮ଜି-୫୪୬୩) ଯୋଗେ ଚିପ୍ସ ଚାଲାଣ ହେଉଥିଲା। ଏ ସଂପର୍କରେ ସୂଚନା ପାଇ ରାଜସ୍ବ ପରିଦର୍ଶକ ଶ୍ରୀ ଶିଖା ୨୬ ନମ୍ବର ଜାତୀୟ ରାଜପଥର ଉତ୍କେଲା ଉଡ଼ାଜାହାଜ ପଡ଼ିଆ ଛକରେ ଗାଡ଼ି ୩ଟିକୁ ଅଟକାଇ ଯାଞ୍ଚ କରିବା ସହ ୩୧,୧୨୦ ଟଙ୍କା ଜରିମାନା ଆଦାୟ କରିଥିଲେ। ସେହିପରି କେସିଙ୍ଗା ବାଲିଘାଟରୁ ମଧ୍ୟ ବିନା ରସିଦରେ ବାଲି ଚୋରାଚାଲାଣ କରୁଥିବା ୪ଟି ଗାଡ଼ିକୁ ଯାଞ୍ଚ କରି ୪୧,୭୨୦ ଟଙ୍କା ଆଦାୟ କରିଥିଲେ। ମୋଟ ୧,୦୨,୪୮୦ ଟଙ୍କା ଜରିମାନା ଆଦାୟ ହୋଇଥିବା କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe