ଅର୍ଣ୍ଣବ୍‌ ଗୋସ୍ବାମୀଙ୍କ ବିରୁଦ୍ଧରେ ବିଧାୟକ ସୁର ରାଉତରାୟଙ୍କ ଏତଲା

Advertisment

ଗିରଫଦାରି ଦାବି କଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା

ଗିରଫଦାରି ଦାବି କଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା

ଗୃହରେ କଳିଙ୍ଗ ଷ୍ଟାଡିୟମ୍ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରଶଂସା କଲେ ସୁର ରାଉତରାୟ

Odisha News Times

ଭୁବନେଶ୍ବର : ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗରେ ଆଜି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ରିପବ୍ଲିକ୍‌ ଟିଭି ଉପସ୍ଥାପକ ଅର୍ଣ୍ଣବ୍‌ ଗୋସ୍ବାମୀଙ୍କ ବିରୁଦ୍ଧରେ ପୁଲିସରେ ଏତଲା ଦାୟର କରିଛନ୍ତି। ସେ ତାଙ୍କ ଅଭିଯୋଗ ପତ୍ର ଭୁବନେଶ୍ବର ଼ଡିସିପି ଅନୁପ ସାହୁଙ୍କୁ ପ୍ରଦାନ କରିଛନ୍ତି। ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ଡିସିପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ବିଧାୟକ ଶ୍ରୀ ରାଉତରାୟ କହିଥିଲେ, ରିପବ୍ଲିକ୍‌ ଟିଭି ସାମ୍ବାଦିକ ଶ୍ରୀ ଗୋସ୍ବାମୀଙ୍କୁ ଭଦ୍ରତା ଜଣାନାହିଁ। ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଦେଶରେ ଦୀର୍ଘ ବର୍ଷ ଶାସନ କରି ଭାରତର ସର୍ବାଙ୍ଗୀନ ଉନ୍ନତି କରିଛି। ଏଭଳି ଜଣେ ବିଶ୍ବ ବିଖ୍ୟାତ ଯଶସ୍ବିନୀ ମହିଳାଙ୍କ ପ୍ରତି ଶ୍ରୀ ଗୋସ୍ବାମୀ ଯେଭଳି ଭାବରେ କଠୋର ଶବ୍ଦ ପ୍ରୟୋଗ କରି ଟିଭିରେ ଉପସ୍ଥାପନା କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ପୂର୍ବତନ ପିସିସି ସଭାପତି ଶ୍ରୀ ଜେନା କହିଥିଲେ, ସମଗ୍ର ପୃଥିବୀ ଆଜି କରୋନା ଆତଙ୍କ ବିରୁଦ୍ଧରେ ସଂଗ୍ରାମ କରୁଛି। ସମସ୍ତେ ଜୀବନ ବଞ୍ଚାଇବା ସହ ଶାନ୍ତି ଚାହୁଁଥିବାବେଳେ ଶ୍ରୀ ଗୋସ୍ବାମୀ ଯେଭଳି ଭାଷାରେ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀଙ୍କ ପ୍ରତି ଆଚରଣ ପ୍ରଦର୍ଶନ କରିଛନ୍ତି, ତାକୁ ନେଇ ସମସ୍ତ ମର୍ମାହତ। ଭାରତର କୌଣସି ବି ଲୋକ ଜଣେ ଟିଭି ଉପସ୍ଥାପକଙ୍କଠାରୁ ଏପରି ବ୍ୟବହାର ଆଶା ରଖନ୍ତି ନାହିଁ। ତାଙ୍କ ବିରୁଦ୍ଧରେ କେବଳ କଂଗ୍ରେସ ନୁହଁ, ଚାରିଆଡ଼ୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠୁଛି। ଏଭଳି ଜଣେ ବ୍ୟକ୍ତିକୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe