ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ପିସିସି ସଭାପତିଙ୍କ ଏତଲା

Advertisment

ଏତଲା‌ ଦେଲେ ନରସିଂହ

ଏତଲା‌ ଦେଲେ ନରସିଂହ

ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ପିସିସି ସଭାପତିଙ୍କ ଏତଲା

ଭୁବନେଶ୍ବର : ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଅପମାନିତ କରିଥିବା ଅଭିଯୋଗରେ ରିପବ୍ଲିକ୍‌ ଟିଭି ଉପସ୍ଥାପକ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏତଲା ଦାୟର କରିଛନ୍ତି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଶ୍ରୀ ପଟ୍ଟନାୟକଙ୍କଠାରୁ ଏତଲା ଗ୍ରହଣ କରିଛନ୍ତି।

ପିସିସି ସଭାପତି କହିଥିଲେ, ୧୭ ତାରିଖ ମଧ୍ୟରାତିରେ ରିପବ୍ଲିକ୍‌ ଭାରତ ମିଡିଆ ପକ୍ଷରୁ ଅର୍ଣ୍ଣବ ଗୋସ୍ବାମୀ ଯେଭଳି ସମ୍ବାଦ ପରିବେଷଣ କରିଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଖବର ନାଁରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଦ୍ବେଷଭାବ ସୃଷ୍ଟି କରିବାକୁ ଚାହିଁଛନ୍ତି। ସାରା ଦେଶରେ କିପରି ଅଶାନ୍ତି ସୃଷ୍ଟି କରିହେବ, ସେଥିପାଇଁ ସେ ଅପଚେଷ୍ଟା କରିଛନ୍ତି। ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶ୍ରୀ ଗୋସ୍ବାମୀ ଯେପରି ଭାଷାରେ ଆକ୍ଷେପ କରିଛନ୍ତି, ତାହା ଆଦୌ ଭଦ୍ରୋଚିତ ନୁହେଁ। ଏଥିପାଇଁ ତାଙ୍କ ବିରୋଧରେ ଗତକାଲିଠୁଁ ବିଭିନ୍ନ ପୁଲିସ ଥାନାରେ ଏତଲା ଦାୟର କରାଯାଇଛି। ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ବଲାଙ୍ଗୀରରେ ଏତଲା ଦାୟର କରିଥିଲେ। କଂଗ୍ରେସର ନେତା, ବିଧାୟକ ଓ ସାଂସଦମାନେ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶ୍ରୀ ଗୋସ୍ବାମୀ ଅଯଥାରେ ଅପମାନିତ କରିବା ପାଇଁ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି। ଏ ନେଇ ଶ୍ରୀ ପଟ୍ଟନାୟକ ଦେଶପ୍ରେମୀମାନଙ୍କୁ ଆହ୍ବାନ ଦେଇ କହିଥିଲେ, ଶ୍ରୀ ଗୋସ୍ବାମୀଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ପ୍ରତ୍ୟେକ ଥାନାରେ ଏତଲା ଦେବାର ଆବଶ୍ୟକତା ରହିଛି।

ଏତଲା‌ ଦେଲେ ନରସିଂହ
ବଲାଙ୍ଗୀର : ରିପବ୍ଲିକ୍‌ ଟିଭିର ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବି‌ରୋଧରେ କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଗୁରୁବାର ସ୍ଥାନୀୟ ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି। କିଛି ଦିନ ତଳେ ମହାରାଷ୍ଟ୍ରର ଦୁଇଜଣ ସନ୍ନ୍ୟାସୀଙ୍କୁ ହତ୍ୟା ଘଟଣାରେ ଟିଭି ଚ୍ୟାନେଲ ବିତର୍କରେ ଅର୍ଣ୍ଣବ ସାଂପ୍ରଦାୟିକ ଦଙ୍ଗାକୁ ଉସୁକାଇବା ଭଳି ବିବୃତି ବାରମ୍ବାର ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଅପମାନଜନକ, ସାଂପ୍ରଦାୟିକ ତଥା ଦଙ୍ଗା ଉସୁକାଇବା ଭଳି ଟିପ୍ପଣୀକୁ ଶ୍ରୀ ମିଶ୍ର ତୀବ୍ର ନିନ୍ଦା କରିବା ସହ ଅର୍ଣ୍ଣବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe