ବ୍ରାହ୍ମଣ ବିରୋଧୀ ମନ୍ତବ୍ୟର ପ୍ରତିବାଦ, ରାମଦେବଙ୍କ ନାଁରେ ମୁକ୍ତିମଣ୍ଡପ ସଦସ୍ୟଙ୍କ ଏତଲା

Advertisment
ବ୍ରାହ୍ମଣ ବିରୋଧୀ ମନ୍ତବ୍ୟର ପ୍ରତିବାଦ, ରାମଦେବଙ୍କ ନାଁରେ ମୁକ୍ତିମଣ୍ଡପ ସଦସ୍ୟଙ୍କ ଏତଲା

ପୁରୀ : ଯୋଗ ଗୁରୁ ରାମଦେବଙ୍କ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଦସ୍ୟ ଓ ପୂର୍ବତନ ସଦସ୍ୟ। ଏ ନେଇ ମୁକ୍ତି ମଣ୍ଡପର ପୂର୍ବତନ ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ମହାପାତ୍ର ଓ ମୁକ୍ତି ମଣ୍ଡପ ସଦସ୍ୟ ସୂର୍ଯ୍ୟନାରାୟଣ ରଥ ଯୋଗଗୁରୁ ରାମଦେବ ଏବଂ ‘ଆସ୍ଥା’ ଟିଭି ଚ୍ୟାନେଲ ନାଁରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି।

publive-image

ଏତଲାରେ ଉଭୟ ଦର୍ଶାଇଛନ୍ତି, ଆଧ୍ୟାତ୍ମିକ ଚ୍ୟାନେଲ ‘ଆସ୍ଥା’ରେ ପ୍ରସାରିତ କାର୍ଯ୍ୟକ୍ରମରେ ପତଞ୍ଜଳିର ଅଧ୍ୟକ୍ଷ ତଥା ଯୋଗ ଗୁରୁ ରାମଦେବ ଏକ ଅଧ୍ୟାୟରେ ୨୮ ସେକେଣ୍ଡର ଏକ ପ୍ରବଚନର କିଛି ଅଂଶରେ ବ୍ରାହ୍ଣଣ ବିରୋଧୀ ମନ୍ତବ୍ୟ ଦେଇଛନ୍ତି। ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ତାଙ୍କ ଭାଷାରେ ‘ମୁଣ୍ଡିଆ ମାରିବାର ଅଛି ତ’ ଶୁଦ୍ରଙ୍କୁ ମାର, ଏ ବ୍ରାହ୍ମଣ ଯେଉଁଦିନ ଶୁଦ୍ରଙ୍କ ଚରଣରେ ମୁଣ୍ଡିଆ ମାରିବେ, ସେହି ଦିନ ଦେଶ ବିକାଶ ପଥରେ ଆଗେଇବ’। ଭାରତର ପ୍ରତିଷ୍ଠିତ ଯୋଗ ଗୁରୁଙ୍କ ଏପ୍ରକାର ଦାୟିତ୍ବହୀନ ମନ୍ତବ୍ୟ ବ୍ରାହ୍ମଣ ଜାତିକୁ ଘୋର ଅପମାନିତ ଓ ବ୍ୟଥିତ କରିଛି। ବ୍ରାହ୍ମଣମାନଙ୍କ ସ୍ବାଭିମାନ ବି କ୍ଷୁଣ୍ଣ ହୋଇଛି। ଏହା ଅକ୍ଷମଣୀୟ ଅପରାଧ। ଏହା ଜାତିଆଣ ବିଭେଦ ସୃଷ୍ଟି କରୁଛି। ଏଣୁ ଯୋଗ ଗୁରୁଙ୍କ ସମେତ ଆସ୍ଥା ଚ୍ୟାନେଲର ଅଧ୍ୟକ୍ଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ମୁକ୍ତି ମଣ୍ଡପ ସଦସ୍ୟମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe