ସମବାୟ ମହାଦୁର୍ନୀତି : ବ୍ରହ୍ମପୁର ପାଇକାରୀ ସମବାୟ ଭଣ୍ତାର ନାଁରେ ବୈଦ୍ୟନାଥପୁର ଥାନାରେ ଏତଲା

ଇ-ମେଲ୍‌ରେ ଏତଲା ପଠାଇଲେ ଏଆର୍‌ସିଏସ୍‌

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ: ଟିପିଏସ୍‌ଓଡିଏଲ୍‌ ଅଧିକାରୀଙ୍କ ବିରୋଧରେ ମାମଲା

tripifyapp.com

ବ୍ରହ୍ମପୁର : ବ୍ରହ୍ମପୁର ପାଇକାରୀ ସମବାୟ ଭଣ୍ତାରରେ ବ୍ୟାପକ ଦୁର୍ନୀତ, ଜାଲିଆତି ଓ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ବୈଦ୍ୟନାଥପୁର ଥାନାରେ ବିଧିବଦ୍ଧ ଏତଲା ଦାୟର ହୋଇଛି। ସମବାୟ ସମିତି ସମୂହ ଉପନିବନ୍ଧକ(ଡିଆରସିଏସ୍‌ଙ୍କ) ନିର୍ଦ୍ଦେଶରେ ବ୍ରହ୍ମପୁର ଏଆରସିଏସ୍‌ ଏତଲା କପି ବୈଦ୍ୟନାଥପୁର ଥାନା ଅଧିକାରୀ, ବ୍ରହ୍ମପୁର ଏସ୍‌ପିଙ୍କ ନିକଟକୁ ଇ-ମେଲ୍‌ ଯୋଗେ ପଠାଇଛନ୍ତି।

ଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ହିଲ୍‌ପାଟଣାରେ ଅବସ୍ଥିତ ବ୍ରହ୍ମପୁର ପାଇକାରୀ ସମବାୟ ଭଣ୍ତାର ଏକ କେନ୍ଦ୍ରୀୟ ସମବାୟ ସ˚ସ୍ଥା। ଡାଲି, ଚାଉଳ ଠାରୁ ବିଭିନ୍ନ ପ୍ରକାର ଖାଉଟି ସାମଗ୍ରୀ ଲୋକଙ୍କୁ ସୁଲଭ ଦରରେ ବିକ୍ରି କରିବା ଏହି ସ˚ସ୍ଥାର କାର୍ଯ୍ୟ। ସରକାରୀ ରେକର୍ଡ଼, କାଗଜପତ୍ରରେ ସ˚ସ୍ଥାର ଷ୍ଟୋର୍‌ ଦୀର୍ଘ ଦିନ ହେଲା ବନ୍ଦ ରହିଛି। କିନ୍ତୁ ଏହି ସ˚ସ୍ଥା ପ୍ରତି ମାସିକ ଅଗ୍ରଗତି ରିପୋର୍ଟ(ଏମ୍‌ପିଆର)ରେ ବ୍ୟବସାୟ କରୁଥିବା ଏବ˚ ସାମଗ୍ରୀ ବିକ୍ରି ନିମନ୍ତେ ୨ଜଣଙ୍କୁ ଠିକାରେ ନିଯୁକ୍ତି ଦିଆ ଯାଇଥିବା ଦର୍ଶାଯାଉଛି। ସ˚ସ୍ଥାର ଏସ୍‌ବିଆଇ ଆକାଉଣ୍ଟ୍‌ ଷ୍ଟେସନ୍‌ ରୋଡ଼ ଶାଖାରେ ରହିଛି, ଯାହା ସଭାପତି ଓ ସମ୍ପାଦକଙ୍କ ନାମରେ ଦୈତ ଆକାଉଣ୍ଟ‌ ହେବା ବଦଳରେ ଏହାର ଉଲ୍ଲଂଘନ କରାଯାଇ କେବଳ ପ୍ରାକ୍ତନ ସମ୍ପାଦକଙ୍କ ନାମରେ ଆ‌କାଉଣ୍ଟ୍‌ ରହିଛି। ପୂର୍ବତନ ସମ୍ପାଦକ ନିଜ ଇଚ୍ଛା ମୁତାବକ ଆକଉଣ୍ଟ୍‌କୁ ବ୍ୟବହାର କରି ଅର୍ଥ ଖର୍ଚ୍ଚ କରିଛନ୍ତି। ଏହି ସ˚ସ୍ଥା ସରକାରଙ୍କୁ ୩୫ ଲକ୍ଷରୁ ଅଧିକ ଟଙ୍କା ଋଣ ପରିଶୋଧ କରିନାହିଁ। ରହିଛି । ଏଥି ଲାଗି ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ୍‌ ଆସୁଥିଲେ ହେଁ ସେଥିପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ତେଣୁ ପୂର୍ବତନ ସଭାପତି ଓ ସମ୍ପାଦକଙ୍କ ବିରୋଧ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଡିଆରସିଏସ୍‌ ଚିଠି ନମ୍ବର ୨୧୬୬/୧୩/୨୦ରେ ନିର୍ଦ୍ଦେଶ ଦେଇଥିଲେ। ଏହି ଚିଠିକୁ ଆଧାର କରି ଏଆରସିଏସ୍‌ ଥାନାରେ ଏତଲା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଏହି ସ˚ସ୍ଥାର ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ଦାସ ତାଙ୍କ ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ଏହି ସ˚ସ୍ଥାରେ ବେନିୟମ ଭାବେ ଚାକିରି ଦେଇଥିଲେ। ପ୍ରଥମେ ଆକାଉଟାଣ୍ଟ୍‌ ଭାବେ ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ସମ୍ପାଦକ କରାଇଥିଲେ। ଏହି ବେନିୟମ କାର୍ଯ୍ୟ ଜଣାପଡ଼ିବା ପରେ ଶଙ୍କର ପ୍ରସାଦଙ୍କୁ ଗତ କିଛି ଦିନ ତଳେ ଚାକିରିରୁ ବହିଷ୍କାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe