ବଡ଼ଦାଣ୍ଡରେ ସମାବେଶକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

Advertisment
ବଡ଼ଦାଣ୍ଡରେ ସମାବେଶକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

ପୁରୀ : ଗତକାଲି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀ ବଡ଼ଦାଣ୍ଡରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଏବେ ଲକ୍‌ଡାଉନ୍‌ କଟକଣା ରହିଥିବାବେଳେ ସାମାଜିକ ସମାବେଶକୁ ବାରଣ କରାଯାଇଛି। ବିବାହ ଉତ୍ସବରେ ୫୦ଜଣ ଓ ଶବ ସଂସ୍କାର କାମରେ ୨୦ ଜଣ ଏକତ୍ରିତ ହେବାର ସୁଯୋଗ ମିଳୁଛି। ମାତ୍ର, ଗତକାଲି ସମସ୍ତ କଟକଣାକୁ ଜଳାଞ୍ଜଳି ଦିଆଯାଇ ପୁରୀ ବଡ଼ଦାଣ୍ଡରେ ହଜାର ହଜାର ଲୋକ ଏକତ୍ର ‌‌ହୋଇ ‘ ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଏହା ବେଆଇନ ଓ ଲକ୍‌ଡାଉନ୍‌ କଟକଣା ଭଙ୍ଗ ହୋଇଥିବା ଦର୍ଶାଇ ଶ୍ରୀଜଗନ୍ନାଥ ‌ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସିଂହଦ୍ବା‌ର ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଭିଯୋଗ କରିଛନ୍ତି। ଏଭଳି ବେଆଇନ ସମାବେଶକୁ ସଫଳ କରିଥିବା ଦଳୀୟ କର୍ମୀ ଓ ପ୍ରଶାସନ ବି‌ରୋଧରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ପଟ୍ଟନାୟକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଦିନରାତି ଏକ୍‌ କରି କାମ କରିଛନ୍ତି। ଏବେ ସ୍ନାନଯାତ୍ରାରେ ମଧ୍ୟ ସେହି ଭଳି କାମ କରନ୍ତୁ। ସାମାଜିକ ଦୂରତା ରକ୍ଷା କରି ଭକ୍ତଙ୍କୁ ଦର୍ଶନ ସୁଯୋଗ ଦିଆଯାଉ। ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ଲକ୍‌ଡାଉନ୍‌ ସମୟରେ ଏଭଳି ଏକତ୍ର ସମାବେଶ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe