ବିରୋଧୀଙ୍କୁ କୁକୁର ଆକ୍ଷେପ: ଦୁଃଖ ପ୍ରକାଶ କଲେ ସାଂସଦ

Advertisment

ଉପବାଚସ୍ପତିଙ୍କ ନାମରେ ଥାନାରେ ଏତଲା

ଉପବାଚସ୍ପତିଙ୍କ ନାମରେ ଥାନାରେ ଏତଲା

ଦୋ’ଛକିରେ ମହେଶଙ୍କ ସମର୍ଥକ: ନୂଆ ସାଂସଦ ପ୍ରାର୍ଥୀଙ୍କ ସହ ଯୋଡ଼ିହେବେ ନା ନାହିଁ?

ଢେଙ୍କାନାଳ : ବିରୋଧୀଙ୍କୁ କୁକୁର ଆକ୍ଷେପ ନେଇ ବିରୋଧୀ ଦଳଙ୍କ ସମେତ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାପରେ ସାଂସଦ ମହେଶ ସାହୁ ସୋମବାର ମୁହଁ ଖୋଲିଛନ୍ତି। ନିଜର ଏଭଳି ମନ୍ତବ୍ୟ ନେଇ ସେ ଦୁଃଖପ୍ରକାଶ କରିବା ସହ ଖେଳୁଆଡ୍ ମନୋବୃତ୍ତିରେ ସମସ୍ତେ ଏହାକୁ ଭୁଲିଯିବା ଲାଗି ସେ ଅନୁରୋଧ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦ ତାରିଖ ଦିନ ଢେଙ୍କାନାଳ ଗସ୍ତରେ ଆସି ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆୟୋଜିତ ସମାବେଶରେ ଢେଙ୍କାନାଳ ସାଂସଦ ଶ୍ରୀ ସାହୁ ଗଣତନ୍ତ୍ରର ଅଧିକାର ସଂପର୍କରେ ବିରୋଧୀ ଦଳକୁ ସମାଲୋଚନା କରିଥିଲେ। ଏଥିରେ ସେ ବିରୋଧୀ ଦଳଙ୍କୁ ‘ଏମିତି କୁକୁର କେତେ ଭୁକିହେଉଥିବେ’ ବୋଲି ଆକ୍ଷେପ କରିଥିଲେ। ସାଂସଦଙ୍କ ଏଭଳି ରୁଚିହୀନ ମନ୍ତବ୍ୟକୁ ନେଇ ଢେଙ୍କାନାଳ ସମେତ ରାଜ୍ୟ ବିଭିନ୍ନ ଭାଗରେ ବିରୋଧୀ ଦଳର ସଦସ୍ୟମାନେ କଡ଼ା ନିନ୍ଦା କରିବା ସହ ସାଂସଦ ଏଥିନେଇ ତୁରନ୍ତ କ୍ଷମାପ୍ରାର୍ଥନା ନକଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଥିଲେ।

publive-image

ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହିବା ପରେ ବଢୁଛି ଅଡ଼ୁଆ: ଉପବାଚସ୍ପତିଙ୍କ ନାମରେ ଥାନାରେ ଏତଲା
ଅନୁଗୁଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢେ ୪ କୋଟି ଓଡ଼ିଶାବାସୀଙ୍କର ଠାକୁର ବୋଲି ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଦେଇଥିବା ମନ୍ତବ୍ୟ ତାଙ୍କ ପାଇଁ ଅଡ଼ୁଆ ବଢାଉଛି। ତାଳଚେରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସତ୍ୟ ସନାତନୀ ସଂଗଠନ ତରଫରୁ ସୋମବାର ଉପବାଚସ୍ପତିଙ୍କ ବିରୋଧରେ ତାଳଚେର ଥାନାରେ ଏତଲା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe