ପୁରୀ :ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ୩ ଦିନ ଧରି ରାସନ କାର୍ଡ଼ ବଣ୍ଟା ଯାଉଛି। ‘ସମ୍ବାଦ’ରେ ଆଜି ଏହା ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରୀ କାର୍ଯ୍ୟକ୍ରମକୁ ନିଜ ଘରେ କରାଯିବା ଅନେକ ପୌରବାସିନ୍ଦା ଗ୍ରହଣ କରିପାରି ନାହାନ୍ତି। ଏ ନେଇ ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଟାଉନ ଥାନାରେ ମନ୍ତ୍ରୀ ମହେଶ୍ୱରଙ୍କ ନାମରେ ଏତଲା ଦେଇଛନ୍ତି। ଅନ୍ୟପଟେ ରାସନକାର୍ଡ଼ ବଣ୍ଟା ଯାଇ ନାହିଁ ବୋଲି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ଟାଉନ ଥାନା ଅଧିକାରୀ ମଧ୍ୟ ଏହି ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ରାସନ କାର୍ଡ଼ ଘରେ ବାଣ୍ଟିବାକୁ ନେଇ କୌଣସି ଆଇପିସି ଦଫା ନାହିଁ। ତଥାପି ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଗତକାଲି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ରାସନ କାର୍ଡ଼ ବଣ୍ଟା ଯାଉଥିବା ନେଇ ଅଭିଯୋଗ ହୋଇଥିଲା।
ମନ୍ତ୍ରୀଙ୍କ ଘରେ ରାସନ କାର୍ଡ଼ ବଣ୍ଟା ପ୍ରସଙ୍ଗ : ମହେଶ୍ୱର ମହାନ୍ତିଙ୍କ ନାଁରେ ଏତଲା
Advertisment
Follow Us