ମହିଳା ଓକିଲଙ୍କ କ୍ୱ‌ାରାଣ୍ଟିନ୍‌କୁ ନେଇ ବିବାଦ : ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ ମାମଲା

Advertisment

ଅଞ୍ଚଳରେ ପ୍ରତିକ୍ରିୟା, ଅଭିଯୋଗକୁ ହଳଧରଙ୍କ ଖଣ୍ଡନ

ଅଞ୍ଚଳରେ ପ୍ରତିକ୍ରିୟା, ଅଭିଯୋଗକୁ ହଳଧରଙ୍କ ଖଣ୍ଡନ

ମହିଳା ଓକିଲଙ୍କ କ୍ୱ‌ାରାଣ୍ଟିନ୍‌କୁ ନେଇ ବିବାଦ : ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ ମାମଲା

The Hindu

ବରଗଡ଼ : ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ମେଲଛାମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ନାଗଙ୍କ ବିରୋଧରେ ଥାନାରେ ଏହି ଏତଲା ଦେଇଛନ୍ତି ଘେଁସର ଆଇନଜୀବୀ କୁଞ୍ଜବିହାରୀ ସାହୁ। ଶ୍ରୀ ସାହୁଙ୍କ ଅଭିଯୋଗ ହେଲା, ତାଙ୍କ ଝିଅ ଦିଲ୍ଲୀରେ ସୁପ୍ରିମକୋର୍ଟରେ ଓକିଲାତି କରୁଛନ୍ତି। ଗତ ୧୩ ତାରିଖ ସେ ଘେଁସସ୍ଥିତ ବାସଭବନକୁ ଆସିଥିଲେ। ଏନେଇ ଶ୍ରୀ ସାହୁ ସରପଞ୍ଚ ଏବଂ ବିଡିଓଙ୍କୁ ଆଗୁଆ ସୂଚନା ଦେଇଥିଲେ। ଝିଅ ଫେରିବା ପରେ ତାଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌ରେ ରଖାଯାଇଥିଲା। ୧୭ ତାରିଖ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଗଲା ଏବଂ ୧୯ ତାରିଖ ରିପୋର୍ଟରେ ତାହା ନେଗେଟିଭ୍‌ ଆସିଥିଲା।

ହେଲେ ଶ୍ରୀ ନାଗ କିଛି ଲୋକଙ୍କୁ ମତାଇ ତାଙ୍କ ଘର ସମ୍ମୁଖକୁ ଆସି ପାଟିତୁଣ୍ଡ କରିଥିଲେ। ଝିଅକୁ ସଂଗରୋଧ କେନ୍ଦ୍ରରେ ରଖିବାକୁ ଦାବି କରିଥିଲେ। ୨୧ ତାରିଖରେ ଶ୍ରୀ ସାହୁଙ୍କ ଝିଅଙ୍କୁ ପୁଣି ସଂଗରୋଧ କେନ୍ଦ୍ରରେ ରଖାଗଲା। ଏହା ପରେ ଶ୍ରୀ ସାହୁ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତାଙ୍କ ଝିଅକୁ ସେଠାରୁ ଉଦ୍ଧାର କରି ଘରକୁ ପଠାଇଥିଲା। ହେଲେ ଝିଅ ଅପମାନବୋଧ କରି ସେଠାରୁ ଦିଲ୍ଲୀ ପଳାଇଥିଲେ। ହଳଧର ନାଗଙ୍କ ଇଂଗିତରେ ତାଙ୍କ ପରିବାର ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲା ଏବଂ ଏଥିରେ ସେମାନଙ୍କ ମାନହାନି ହୋଇଛି ବୋଲି ଶ୍ରୀ ସାହୁ ଗତ ୨୨ ତାରିଖରେ ଥାନାରେ ଏତଲା ଦେଇଥିଲେ। ୨୫ ତାରିଖରେ ଏହାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଘଟଣା ବିଷୟରେ ଜିଲ୍ଲାପାଳ ଏବଂ ଏସ୍‌ପି ମଧ୍ୟ ଅବଗତ ଅଛନ୍ତି। ତେବେ ଏହି ଖବର ଏବେ ପଦାକୁ ଆସିବା ପରେ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ପଦ୍ମଶ୍ରୀ ହଳଧର ନାଗ କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରବାସୀମାନେ ଫେରିବା ବେଳେ ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଉଛି। କିନ୍ତୁ ଶ୍ରୀ ସାହୁଙ୍କ ଝିଅ ଫେରିଥିବା ନେଇ ପୂର୍ବରୁ କାହାକୁ ସୂଚନା ଦିଆଯାଇନଥିଲା। ଲୁଚାଛପାରେ ଝିଅକୁ ଘରେ ରଖାଗଲା। ଯାହା ଆଇନର ଉଲଂଘନ। ଏନେଇ ମୁଁ ସରପଞ୍ଚ ଏବଂ ବିଡିଓଙ୍କୁ ଜଣାଇଥିଲି। ଏହାକୁ ପ୍ରତିବାଦ କରି ଗାଁରେ ସଭା ହେଲା। ତେଣୁ ମୋ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ ନାଗ ପ୍ରତିକ୍ରିୟା ରଖିଛନ୍ତି। ମାମଲାର ତଦନ୍ତ ଚାଲିଥିବା ମେଲଛାମୁଣ୍ଡା ଥାନାଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe