ଭିସୁଟ୍‌ର ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ପୁରୁଷ ବନ୍ଧୁଙ୍କ ସମେତ ୨ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଚିନ୍ମୟୀଙ୍କ ମା’

ଭିସୁଟ୍‌ର ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ପୁରୁଷ ବନ୍ଧୁଙ୍କ ସମେତ ୨ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଚିନ୍ମୟୀଙ୍କ ମା’

ସମ୍ବଲପୁର: ବୁର୍ଲା ପିସି ବ୍ରିଜ୍‌ରୁ ଡେଇଁ ଭିସୁଟ୍‌ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ନିଖୋଜ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବୁଧବାର ସକାଳେ ବୁର୍ଲା ପାୱାର ଚେନେଲ୍‌ ନିକଟରୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଛି। ଅନ୍ୟପଟେ ଚିନ୍ମୟୀ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା’ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରର ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କ ସମେତ ୨ ଜଣଙ୍କ ନାଁରେ ଆଇପିସି ଧାରା ୩୦୨ ଓ ୨୦୧ରେ ମାମଲା ରୁଜୁ କରିଛି।

publive-image

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ରାମପୁର ମଦନପୁର ନିବାସୀ ଚିନ୍ମୟୀ ପ୍ରିୟଦର୍ଶନୀ ଆଇଟି ବିଭାଗର ସ୍ନାତକ‌ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ମଙ୍ଗଳବାର ଭିସୁଟ୍‌ର ସମାବର୍ତ୍ତନ ଉତ୍ସବକୁ ଡିଗ୍ରି ସାର୍ଟିଫିକେଟ୍‌ ନେବାକୁ ଚିନ୍ମୟୀ ଆସିଥିଲେ। କୌଣସି କାରଣରୁ ସେ ମାନସିକ ବିଶାଦରେ ଥିଲେ। ତାଙ୍କ ଜଣେ ସହପାଠୀ ଭୁବନେଶ୍ବର ବିଜେବି ନଗର ନିବାସୀ ପ୍ରୀତିମନ ଦେ’ଙ୍କ ସହିତ ସେ ପିସି ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ। ପିସି ବ୍ରିଜ୍‌ ଉପରେ ବାଇକ୍‌ ରଖି କଥାବାର୍ତ୍ତା କରୁଥିବା ବେଳେ ଅଚାନକ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe